ହଲିଉଡ୍‌ ଅଭିନେତା ଲ୍ୟୁକ୍‌ ପେରୀଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ହଲିଉଡ୍‌ ଅଭିନେତା ଲ୍ୟୁକ୍‌ ପେରୀଙ୍କର ମୃତ୍ୟୁ

ୱାଶିଂଟନ୍‌: ଜଣାଶୁଣା ହଲିଉଡ୍‌ ଅଭିନେତା ଲ୍ୟୁକ ପେରୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ୫୨ ବର୍ଷ ବୟସରେ ଲୁକ୍‌ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁର ଖବର ଶୁଣିବା ପରେ ହଲିଉଡ୍‌ରେ ସମସ୍ତ କଳାକାର ଶୋକପ୍ରକାଶ କରିଛନ୍ତି।

ଟ୍ୱିଟର୍‌ରୁ ଆରମ୍ଭ କରି ଫେସବୁକ ପର୍ଯ୍ୟନ୍ତ ସମସ୍ତେ ଶୋକପ୍ରକାଶ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଆମେରିକା ମିଡିଆ ସୂଚନା ଅନୁସାରେ, ବୁଧବାର ରାତିରେ ଲ୍ୟୁକଙ୍କର ହଠାତ୍‌ ହୃଦ୍‌ଘାତ ହୋଇଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ପରେ ମଧ୍ୟ ସେ ପୂର୍ବ ଅବସ୍ଥାକୁ ଫେରି ପାରିନଥିଲେ। ଲୁକ୍‌ଙ୍କ ଶରୀରରେ ଔଷଧର କୌଣସି ପ୍ରଭାବ ପଡ଼ିନଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।
ଲ୍ୟୁକଙ୍କ ପ୍ରତିନିଧି ଅର୍ନୋଲ୍ଡ ରବିନସନ୍‌ ତାଙ୍କର ମୃତ୍ୟୁର ସୂଚନା ଦେଇଥିଲେ।

ଲ୍ୟୁକ୍ ଅନେକ ଟିଭି ଶୋ ଓ ଫିଲ୍ମରେ ଅଭିନୟ କରିଛନ୍ତି। ବେ ବେବର୍ଲୀ ହିଲସ୍‌ ,90210 ଓ ରିବରଡେଲ୍‌ ପରି ଟିଭି ସିରିଜ୍‌ ପାଇଁ ସେ ଲୋକପ୍ରିୟ ହୋଇପାରିଥିଲେ।
ଲ୍ୟୁକଙ୍କ ମୃତ୍ୟୁ  ଖବର ପାଇବା ପରେ ତାଙ୍କର ଫ୍ୟାନ୍ସମାନେ ସୋଶାଲ ମିଡିଆରେ ଦୁଃଖପ୍ରକାଶ କରିବା ସହ ନୈରାଶ୍ୟ ବ୍ୟକ୍ତ କରିଛନ୍ତି।



from Odisha Reporter https://odishareporter.in/entertainment/hollywood-actor-luke-perry-died-at-52-349050

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages