ପୁଣି କ୍ଷମତାକୁ ଫେରିବ ଏନ୍‌ଡିଏ ସରକାର : ଅରୁଣ ଜେଟ୍‌ଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ପୁଣି କ୍ଷମତାକୁ ଫେରିବ ଏନ୍‌ଡିଏ ସରକାର : ଅରୁଣ ଜେଟ୍‌ଲି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ  ଫଳାଫଳକୁ ସାରା ଦେଶ ଅପେକ୍ଷା କରିଛି। ଯଦି ଏନ୍‌ଡିଏ ସରକାର ପୁଣିଥରେ ଶାସନ ଗାଦିକୁ ଆସିବ ତେବେ ନିଜର ପରିପାଟୀକୁ ବିସ୍ତାର କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବ ଯେମିତି ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଅମଳରେ ଦେଖିବାକୁ ମିଳିଥିଲା।

ତେବେ ଏନଡିଏ ସରକାରଙ୍କ ଖାତାରେ ସଫଳତାର ଲମ୍ୱା ତାଲିକା ରହିଛି। ଏହି ସରକାରକୁ ଏକ ଦୁର୍ନୀତି ମୁକ୍ତ ସରକାର ଭାବରେ ସମସ୍ତେ ମନେ ରଖିବେ। ଆଗକୁ କ୍ଷମତାକୁ ଆସିଲେ ସରକାରଙ୍କର ଏହି ପରିପାଟୀ ଆଗକୁ ବଢିବ।

ଅନ୍ୟପକ୍ଷେ ୨୦୧୪ ପୂର୍ବର ୟୁପିଏ ସରକାରଙ୍କ କଥା ମନେ ପକାଇ ଜେଟଲୀ କହିଥିଲେ “ୟୁପିଏ ସରକାରଙ୍କ ଦ୍ୱିତୀୟ ଟର୍ମରେ  ପ୍ରତିବର୍ଷ ଭ୍ରାଷ୍ଟାଚାରର ଅଲଗା ଅଲଗା ତଥ୍ୟ ସାମ୍ନାକୁ ଆସିଥିଲା। ସାରା ଦେଶର ଜନତାଙ୍କର ଧାରଣା ହୋଇ ସାରିଥିଲା ଯେ, ୟୁପିଏ ସରକାରଙ୍କ ପାଇଁ ବିକାଶର ଅର୍ଥ କେବଳ ଭ୍ରଷ୍ଟାଚାରର ବିକାଶକୁ ହିଁ ବୁଝାଏ।“

ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଯୋଗ ଦେଇ ଆଗାମୀ ନିର୍ବାଚନ ପ୍ରସଙ୍ଗରେ ଏପରି ମତ ରଖିଛନ୍ତି।  ସେ ନିଜ ସରକାର ଉପରେ ଦୃଢ ଆସ୍ଥା ପ୍ରକଟ କରି କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନ୍‌ଡିଏ ସରକାର ପୁଣିଥରେ ଶାସନକୁ ଫେରୁଛି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।“

ଏକ ବ୍ଲଗ୍‌ ଲେଖି ଜେଟ୍‌ଲି ପ୍ରକାଶ କରିଥିଲେ ଯେ, ଭ୍ରଷ୍ଟାଚାର ମାମଲାରେ ବର୍ତ୍ତମାନର ସରକାରଙ୍କ ନୀତି ଜିରୋ ଟଲରାନ୍ସ ରହିଛି। ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ବିଷୟରେ ଜେଟ୍‌ଲି ଲେଖିଥିଲେ, କଂଗ୍ରେସ ଲଗାଉଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଅଟେ।

କଂଗ୍ରେସ ଶାସନ ଅମଳରେ ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିଲା। ବ୍ୟାଙ୍କମାନଙ୍କୁ ଦେବାଳିଆ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା। କିନ୍ତୁ ବର୍ତ୍ତମାନର ମୋଦି ସରକାରଙ୍କ ଉଦ୍ଦେଶ୍ୟ ସ୍ୱଚ୍ଛ ରହିଛି। ଏହାର ପ୍ରମାଣ ଆପଣ ଇକୋନୋମିକ୍‌ ଆଫେଣ୍ଡର ବିଲ୍‌ରୁ ଦେଖିପାରିବେ।



from Odisha Reporter https://ift.tt/2Jc2RFO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages