କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୧୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୧୨ ଗିରଫ

ଜୟପୁର (ଟି.ଗୌରୀଶଙ୍କର): ଆଜି ଜୟପୁର ପୁଲିସ୍‌ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି।

ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ପୁଲିସ୍‌ କହିଛି। ମହିଳା ଜଣକ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିଲେ।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ୍‌ ଜୟପୁର ଉପଖଣ୍ଡ ଓ ବୋରିଗୁମ୍ମା ଅଞ୍ଚଳରେ ଗତ ତିନି ଦିନ ହେଲା ଚଢ଼ାଉ କରିଥିଲା। ଏହି ସମୟରେ ପୁଲିସ୍‌ ଏକ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ।

ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ୩ଟି ଚାରି ଚକିଆ ଗାଡ଼ି ମଧ୍ୟ ଜବତ କରିଛି।

ଏହି ଚୋରା ଚାଲାଣରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ଗଞ୍ଜେଇ ମାଫିଆଙ୍କ ସହ ଓଡ଼ିଶାର କିଛି ଲୋକ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି।



from Odisha Reporter https://ift.tt/2VYXprx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages