
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋଲି ପର୍ବକୁ ଆମେ ଧୁମ୍ଧାମ୍ରେ ପାଳନ କରିଥାଉ। ଏହି ରଙ୍ଗର ପର୍ବକୁ ଆମେ ମନଭରି ଉପଭୋଗ ମଧ୍ୟ କରୁ। କିନ୍ତୁ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ରଙ୍ଗକୁ ଡରି ହୋଲି ଖେଳି ନଥାନ୍ତି। କାରଣ ସେମାନଙ୍କର ରଙ୍ଗ ପ୍ରତି ବହୁତ ଡର ଥାଏ। କାଳେ ହୋଲି ଖେଳିଲା ପରେ ଆମ ଦେହରେ ଲାଗିଥିବା ରଙ୍ଗ ଛାଡ଼ିବ ନାହିଁ। କିନ୍ତୁ ଏବେ ଆଉ ଚିନ୍ତା ନ କରି ହୋଲିକୁ ମନଭରି ଉପଭୋଗ କରନ୍ତୁ।
ଆମେ ଆପଣଙ୍କୁ ରଙ୍ଗ କିପରି ଛାଡ଼ିବ ଆଉ ହୋଲି ଖେଳିବା ପୂର୍ବରୁ କିପରି ସଚେତନ ହେବେ ସେ ବିଷୟରେ କହିବାକୁ ଯାଉଛୁ। ତେଣୁ ପଢ଼ନ୍ତୁ ଆପଣ କିପରି ରଙ୍ଗ ଛଡ଼ାଇବା ସହ ଚର୍ମକୁ ସୁସ୍ଥ ରଖିପାରିବେ।
୧- ପ୍ରଥମେ ଆପଣ ହୋଲି ଖେଳିବା ଆଗରୁ ଦେହରେ ସୋରିଷ ତେଲ ଭଲ ଭାବରେ ମାଲିସ୍ କରିଦିଅନ୍ତୁ। କାରଣ ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏହା ଆମକୁ ରଙ୍ଗ ଦ୍ୱାରା ହେବାକୁ ଥିବା ଇନ୍ଫେକ୍ସନ୍ ହେବାକୁ ଦିଏନାହିଁ।

୨- ହୋଲିର ରଙ୍ଗରୁ ଦେହକୁ ରକ୍ଷା କରିବା ପାଇଁ ଆପଣ ଫୁଲ୍ ବା ଦେହକୁ ଢାଙ୍କି ହେଲା ଭଳି ପୋଷାକ ପିନ୍ଧନ୍ତୁ। ଏହା କଲେ ହୋଲିରେ ବ୍ୟବହାର ହେଉଥିବା କେମିକାଲ୍ ରଙ୍ଗରୁ ନିଜ ଚର୍ମକୁ ରକ୍ଷା କରିପାରିବେ।
୩- ହୋଲି ଖେଳିସାରିଲା ପରେ ଏକ ପାତ୍ରରେ ୨ଚାମଚ ବେସନ, ୨ ଚାମଚ କ୍ଷୀର ଏବଂ ମହୁ ମଶାନ୍ତୁ। ଏହା ପରେ ଏହି ପେଷ୍ଟକୁ ଦେହ ଏବଂ ମୁହଁରେ ଲଗାନ୍ତୁ। କିଛି ସମୟ ଏହାକୁ ମସାଜ ମଧ୍ୟ କରନ୍ତୁ। ଏହା ଆପଣଙ୍କ ଦେହରେ ଲାଗିଥିବା କେମିକାଲ୍ ରଙ୍ଗକୁ ଛଡ଼ାଇବାରେ ସାହାଯ୍ୟ କରିବ।
୪- ଦହିରେ ଭିଟାମିନ୍-D ଏବଂ କ୍ୟାଲ୍ସିୟମ୍ ରହିଥାଏ। ଯାହା ଆପଣଙ୍କ ତ୍ୱଚାକୁ ନରମ ରଖିବାରେ ସାହାଯ୍ୟ କରେ। ଯଦି ହୋଲି ଖେଳି ଆପଣଙ୍କ ଦେହରେ ରଙ୍ଗ ଲାଗିଯାଇଛି। ଆଉ ତାହା ଛାଡ଼ୁନାହିଁ। ତାହାଲେ ଦହିକୁ ଆପଣଙ୍କ ଦେହରେ ମାଲିସ୍ କରିପାରିବେ। ଏହା କଲେ ଆପଣଙ୍କ ତ୍ୱଚାରେ ରଙ୍ଗ ଜନିତ ସମସ୍ୟା ଦେଖାଦେବ ନାହିଁ। ଏବଂ ତ୍ୱଚା କୋମଳ ଦେଖାଯିବ।
୫- ହୋଲି ରଙ୍ଗରେ ନିଜ ନଖକୁ ରକ୍ଷା କରିବା ପାଇଁ ଆପଣ ନଖରେ ଗାଢ଼ା ନେଲ୍ପଲିସ୍ ଲଗାଇଦିଅନ୍ତୁ। ଏହା ହୋଲିର କେମିକାଲ୍ ରଙ୍ଗରୁ ଆପଣଙ୍କ ନଖକୁ ସୁରକ୍ଷା ଦେବ।

୬- ସେହିପରି ଆପଣଙ୍କ କେଶକୁ ରଙ୍ଗରୁ ରକ୍ଷା କରିବାକୁ ଚାହୁଁଥିଲେ ପୂର୍ବରୁ କେଶରେ ତେଲ ଲଗାଇ ଦିଅନ୍ତୁ। ଏହା ରଙ୍ଗକୁ କେଶରେ ଲାଗିବାକୁ ଦେବ ନାହିଁ। ଏବଂ ପରେ ମଧ୍ୟ ରଙ୍ଗ ଛଡ଼ାଇବାରେ ଏହା ସାହାଯ୍ୟ କରିଥାଏ।
୭- ଚର୍ମରୁ ରଙ୍ଗ ଛଡ଼ାଇବା ପାଇଁ ଆପଣ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ। ସବୁବେଳେ ଥଣ୍ଡା ପାଣିରେ ରଙ୍ଗ ଛଡ଼ାନ୍ତୁ।
୮- ହୋଲି ଖେଳି ସାରିଲା ପରେ କେଶକୁ ସାଙ୍ଗେ ସାଙ୍ଗେ ଆମେ ସାମ୍ପୁ କରିଥାଉ। କିନ୍ତୁ ଆପଣ ଖେଳି ସାରିବା ପରେ ସାମ୍ପୁ ନ କରି କେଶରେ ଦହି କିମ୍ବା ଅଣ୍ଡା ଲଗାଇ ତା ପରେ ସାମ୍ପୁ କରନ୍ତୁ। ଏହା କଲେ କେଶ ଖରାପ ହେବ ନାହିଁ।
୯- ସେହିପରି ଆପଣ ଚର୍ମକୁ ସାବୁନ ବା ଫେସ୍ୱାସ୍ରେ ନ ଧୋଇ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ। ନଢ଼ିଆ ତେଲ ଆମ ଚର୍ମ ପାଇଁ ଭଲ ଅଟେ। ତେଣୁ ଆପଣ ନଢ଼ିଆ ତେଲରେ ରଙ୍ଗ ଛଡ଼ାଇବାକୁ ଚେଷ୍ଟା କରନ୍ତୁ।
୧୦– ଯଦି ଆପଣ ହୋଲି ଖେଳିସାରିଲା ପରେ କୁଣ୍ଡାଇ ହେବା ଅନୁଭବ କରୁଛନ୍ତି। ତାହାଲେ ଆଲୋବେରା ଏବଂ ଗ୍ଲିସେରିନ୍କୁ ମିଶାଇ ଲଗାଇ ୧୫ ମିନିଟ ଯାଏ ରଖନ୍ତୁ। ଏହା ଆପଣଙ୍କ ତ୍ୱଚାକୁ କୁଣ୍ଡାଇ ହେବାରୁ ଆରାମ ଦେବ। ଏହାସତ୍ତ୍ୱେ ଚର୍ମ କୁଣ୍ଡାଇ ହେବା ନ କମିଲେ ଆପଣ ଡାକ୍ତଙ୍କ ସହ ଯୋଗାଯୋଗ କରନ୍ତୁ।
from Odisha Reporter https://ift.tt/2UPPCMq
No comments:
Post a Comment