ଓଏମ୍‌ଆର୍‌ ଶୀଟ୍‌ ଗାଏବ ପରେ ୧୦୮ ପିଲାଙ୍କ ଭାଗ୍ୟ କଣ ହେବ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଓଏମ୍‌ଆର୍‌ ଶୀଟ୍‌ ଗାଏବ ପରେ ୧୦୮ ପିଲାଙ୍କ ଭାଗ୍ୟ କଣ ହେବ?

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ପଡ଼ିଆ ସ୍କୁଲରୁ ୧୦୮ ଓଏମ୍ଆର୍ ଶୀଟ୍ ଗାଏବ ହେବା ପରେ ପିଲାଙ୍କ ଭାଗ୍ୟ କଣ ହେବ? ସେନେଇ ନିଷ୍ପତ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପରୀକ୍ଷା କମିଟି। ଆଜି ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଂପାଦକ ରାମାଶିଷ ହାଜରା।

ସେ କହିଛନ୍ତି-“ଓଏମ୍‌ଆର୍‌ ଶୀଟ୍‌ ଗାଏବ୍‌ ମାମଲାର ପୁଲିସ ତଦନ୍ତ କରୁଛି। କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛି। ପରୀକ୍ଷା ସରିବାର ଅଳ୍ପ ଦିନ ମଧ୍ୟରେ କମିଟି ନିଷ୍ପତ୍ତି ନେବ।”

ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ୧୦୮ଟି OMR ଶୀଟ୍‌ ଗାଏବ ହୋଇଯାଇଥିଲା। ଘଟଣା ପରେ ପରୀକ୍ଷା ସେଣ୍ଟର ଉପ-ଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଅବଜରର୍ଭର ସନ୍ଦୀପ ସାହୁ ଓ ଗଠନପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରାଙ୍କୁ ଗିରଫ କରାଯାଇଛି। ବିନା ଅନୁମତିରେ ପରୀକ୍ଷା କେନ୍ଦ୍ରକୁ ଆସିଥିବାରୁ ଜଳନ୍ଧରଙ୍କୁ ଗିରଫ କରାଯାଇଛି। ସେହିପରି ପିଅନ ସୁପ୍ରିତ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

ଚଳିତବର୍ଷ ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ଖବର ଆସିଥିଲା। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ବେଳେ ଶନିବାର ଗଣିତ ପ୍ରଶ୍ନପତ୍ରର ସେଟ୍ ଡି’ ଭାଇରାଲ୍ ହୋଇଥିଲା। ପରୀକ୍ଷା ଚାଲିଥିଲା ବେଳେ ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ସସ୍‌ପେଣ୍ଡ୍ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ମଧ୍ୟ ୮ ଜଣ ଗିରଫ ହୋଇଛନ୍ତି। ହିନ୍ଦୀ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଖବର ବି ଆସିଥିଲା। ତେବେ ସେଗୁଡ଼ିକ ପୁରୁଣା ବର୍ଷର ପ୍ରଶ୍ନପତ୍ର ବୋଲି ଯାଞ୍ଚ ପରେ ଜଣାପଡ଼ିଥିଲା।



from Odisha Reporter https://ift.tt/2XK8wGi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages