କର୍ଣ୍ଣାଟକାରେ ଜେଡିଏସ୍‌ ୧୦ଟି ଆସନରେ ଲଢ଼ିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

କର୍ଣ୍ଣାଟକାରେ ଜେଡିଏସ୍‌ ୧୦ଟି ଆସନରେ ଲଢ଼ିବ!

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଓ ଜେଡିଏସ୍‌ ଏକାଠି ଲଢ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଛି। କର୍ଣ୍ଣାଟକାର ୨୨ଟି ଲୋକସଭା ଆସନରୁ ଜେଡିଏସ୍‌ ୧୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଆଜି ଜଣାପଡ଼ିଛି।

ପୂର୍ବରୁ ଜେଡିଏସ୍‌ ରାଜ୍ୟର ୧୨ଟି ଆସନରେ ଲଢ଼ିବେ ବୋଲି ଦାବି କରିଥିଲା। କିନ୍ତୁ ଆଜି ଦିଲ୍ଲୀଠାରେ ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ସମୟରେ ଜେଡିଏସ୍‌ ୧୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଚୂଡ଼ାନ୍ତ ଘୋଷଣା ଆସନ୍ତା ୧୦ ତାରିଖରେ ହେବ।

ଆଜି ରାହୁଲ ଓ ଦେବଗୌଡ଼ା ଦୀର୍ଘ ୨ ଘଣ୍ଟା କାଳ ଆଲୋଚନା କରିଥିଲେ। ଏଥିରେ ଉଭୟ ନେତା କର୍ଣ୍ଣାଟକାର ରାଜନୀତିକ ସ୍ଥିତି ଓ ଶିଟ୍‌ ଶେୟାରିଂ ସମ୍ପର୍କରେ ବିସ୍ତୃତ ଭାବେ କଥାବାର୍ତ୍ତା ହୋଇଥିଲେ। ଏହି ବୈଠକରେ କର୍ଣ୍ଣାଟକା ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଓ ଜେଡିଏସ୍‌ ସାଧାରଣ ସମ୍ପାଦକ ଦାନିଶ ଅଲୀ ଉପସ୍ଥିତ ରହିଥିଲେ।

ବୈଠକ ପରେ ଦେବ ଗୌଡ଼ା କହିଛନ୍ତି, “ରାହୁଲଙ୍କ ସହ ଶିଟ୍‌ ଶେୟାରିଂ ସମ୍ପର୍କରେ କଥା ହୋଇଛି। ଶିଟ୍‌ ଶେୟାରିଂ ସମ୍ପର୍କରେ କଂଗ୍ରେସ ଓ ଜେଡିଏସ୍‌ ପ୍ରଥମଥର ପାଇଁ ଆଲୋଚନା କରିଛନ୍ତି। ପୂର୍ବରୁ ମୁଁ ୧୨ଟି ଆସନ ପାଇଁ ଅନୁରୋଧ କରିଥିଲି। ହେଲେ ଆଜି ଅତିକମ୍‌ରେ ୧୦ଟି ଆସନ ଜେଡିଏସ୍‌କୁ ଦେବାକୁ ରାହୁଲଜୀଙ୍କୁ କହିଛି।”



from Odisha Reporter https://ift.tt/2SKrHwg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages