ଆମେଥି ପରେ ରାଏବରେଲୀରେ ବି ପ୍ରିୟଙ୍କାଙ୍କୁ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଆମେଥି ପରେ ରାଏବରେଲୀରେ ବି ପ୍ରିୟଙ୍କାଙ୍କୁ ବିରୋଧ

ରାଏବରେଲୀ: ସକ୍ରିୟ ରାଜନୀତିରେ ପ୍ରବେଶ କରୁ କରୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ମୁଣ୍ଡରେ ଚାଳ ବାଜିବା ଆରମ୍ଭ ହେଲାଣି। ପ୍ରଥମେ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଜମି ଦୁର୍ନୀତିକୁ ନେଇ ଅଡ଼ୁଆରେ ଥିବା ପ୍ରିୟଙ୍କାଙ୍କୁ ଏବେ ଭାଇ ରାହୁଲ ଏବଂ ମା ସୋନିଆଙ୍କ ନିର୍ବାଚନମଣ୍ଡଳୀରେ ଘୋର ବିରୋଧ କରାଯାଉଛି। ଆମେଥି ଏବଂ ରାଏବରେଲୀରେ ଏବେ ପ୍ରିୟଙ୍କା ବିରୋଧୀ ପୋଷ୍ଟର ଦେଖିବାକୁ ମିଳୁଛି।

ରାଏବରେଲୀଠାରେ ଥିବା ‘ତିଲକ ଭବନ’ କଂଗ୍ରେସ କାର୍ଯ୍ୟାଳୟଠାରେ ଏଭଳି ଏକ ପୋଷ୍ଟରରେ ଉଭୟ ସୋନିଆ ଏବଂ ପ୍ରିୟଙ୍କାଙ୍କ ଫଟୋ ଦେଖିବାକୁ ମିଳିଛି। ଏଥିରେ କୁହାଯାଇଛି, ନିର୍ବାଚନ ପୂର୍ବରୁ ହିଁ ଏଦୁହେଁ ମନ୍ଦିର ମୁହାଁ ହେଉଛନ୍ତି, କିନ୍ତୁ ସହରରେ କୌଣସି ବିପଦ ବା ସଙ୍କଟ ପଡ଼ିଲେ ସେମାନଙ୍କର ଦେଖା ମିଳେନି। ସୋନିଆଙ୍କୁ ଭୋଟ୍‌ ଦିଆଯାଇଥିଲା ସେ ଆମକୁ ସେବା ଦେବେ ବୋଲି, କିନ୍ତୁ ସେମାନେ ଆମକୁ ଧୋକା ଦେଇଛନ୍ତି।

କାନ୍ଥରେ ଲାଗିଥିବା ଏଭଳି ଏକ ସ୍କେଚ୍‌ରେ ଲେଖାଯାଇଛି, “କ୍ୟା ଖୁବ୍‌ ଲଗ୍‌ତି ହୋ, କ୍ୟୁଁ ପାଞ୍ଚ ସାଲ୍‌ ବାଦ୍‌ ହି ଆମେଥି ମେଁ ଦିଖ୍‌ତି ହୋ।” ଅନ୍ୟ ଏକ ପୋଷ୍ଟରରେ ଲେଖା ଅଛି, ପ୍ରିୟଙ୍କା କେବଳ ନିର୍ବାଚନ ପାଇଁ ଶାଢ଼ୀ ପିନ୍ଧୁଛନ୍ତି। ବେଶ୍‌ କିଛି ବର୍ଷ ଧରି କଂଗ୍ରେସର ଭିତିରି ମହଲରୁ ଗୋଟି ଚାଳନା କରୁଥିବା ପ୍ରିୟଙ୍କା ଗତ ଜାନୁଆରୀରେ ସକ୍ରିୟ ରାଜନୀତିକୁ ଆସି ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ୱ ନେଇଛନ୍ତି।



from Odisha Reporter https://ift.tt/2U6TJaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages