ଆତଙ୍କୀଙ୍କୁ ଭାରତ ଭୟ: ବନ୍ଦ ହେଲା ଟେରର୍‌ କ୍ୟାମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଆତଙ୍କୀଙ୍କୁ ଭାରତ ଭୟ: ବନ୍ଦ ହେଲା ଟେରର୍‌ କ୍ୟାମ୍ପ

ନୂଆଦିଲ୍ଲୀ: ଭାରତର ଦୁଇ ଦୁଇଟି ସର୍ଜିକାଲ୍ ଷ୍ଟ୍ରାଇକ୍‌ ପରେ ଏବେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଛାତିରେ ଛନକା ପଶିଛି। ପାକିସ୍ତାନ ସେନା ମଧ୍ୟ ଭାରତର ଆତଙ୍କବାଦୀ ଦମନ ଅଭିଯାନକୁ ଦେଇ ଭୟଭୀତ ହୋଇଯାଇଛି। ଏଥିପାଇଁ ପାକ୍‌ ଅଧିକୃତ କଶ୍ମୀରରେ ଥିବା ଏକାଧିକ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ଓ ଅଫିସକୁ ବନ୍ଦ କରିଦିଆଯାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା
ସୂଚନା ଅନୁଯାୟୀ, ସୀମାରେ ଏବେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସେନା ପକ୍ଷରୁ ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ବନ୍ଦ କରିଦେବାକୁ ଆଲର୍ଟ ଜାରି କରାଯାଇଛି।

ଗୁଇନ୍ଦା ବିଭାଗ ବିଭିନ୍ନ ସ୍ୟାଟେଲାଇଟ୍‌ରୁ ପାଇଥିବା ତଥ୍ୟ ଅନୁସାରେ, ଆତଙ୍କୀ କ୍ୟାମ୍ପ ବନ୍ଦ କରିବାକୁ ମାର୍ଚ୍ଚ ୧୬ରେ ଏକ ବୈଠକ ବସିଥିଲା। ରଜୌରୀ ସୀମାନ୍ତର ବିପରୀତ ଦିଗରେ ଥିବା ପିଓକେର ନିକିଆଲ୍‌ରେ ଏହି ବୈଠକ ବସିଥିଲା। ଏଥିରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ପ୍ରତିନିଧି ଦଳ ଓ ଲସ୍କର-ଏ-ତାଇବାର ସଦସ୍ୟ ଆସଫାକ ବାରୱାଲ ଯୋଗଦେଇଥିଲେ।

ପାକ୍‌ ସେନାର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନର ଜବାବ ଦେବାକୁ ଭାରତୀୟ ସେନା ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଓ ପାକ୍‌ ସେନା ପୋଷ୍ଟକୁ ଟାର୍ଗେଟ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଆତଙ୍କବାଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

କୋଟଲି ଓ ନିକିଆଲରେ ଥିବା ଆତଙ୍କୀ କ୍ୟାମ୍ପ ଓ ଅଫିସଗୁଡ଼ିକୁ ବନ୍ଦ କରିଦିଆଯାଇଛି। ସେହିପରି ଲସ୍କର ଆତଙ୍କୀ ଆସଫାକ ବାରୱାଲ ନିୟନ୍ତ୍ରଣ କରୁଥିବା ୪ଟି କ୍ୟାମ୍ପରେ ମଧ୍ୟ ତାଲା ପକାଇ ଦିଆଯାଇଛି। ଏହାବାଦ୍‌ ପାଲା ଓ ବାଝ ଅଞ୍ଚଳରେ ଥିବା ଲସ୍କରର ଦୁଇଟି କ୍ୟାମ୍ପ ଏବଂ କୋଟଲିରେ ଥିବା ହିଜବୁଲ ମୁଜାହିଦ୍ଦିନର ଗୋଟିଏ କ୍ୟାମ୍ପକୁ ଭାରତୀୟ ସେନାର ଆକ୍ରମଣ ଭୟରେ ବନ୍ଦ କରିଦିଆଯାଇଛି।

ପୁଲୱାମା ଆତଙ୍କୀ ହମ୍‌ଲା ପରେ ପାକ୍‌ ଓ ଭାରତୀୟ ସେନା ସୀମାରେ ମୁହାଁମୁହିଁ ହୋଇଛନ୍ତି। ଦିନକୁ ଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ ଘଟଣା ମଧ୍ୟ ବୃଦ୍ଧି ପାଉଛି। ଚଳିତ ବର୍ଷ ପାକ୍‌ ସେନା ୬୩୪ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି।

୨୦୧୬ରେ ଉରି ସେନା ଶିବିର ଉପରେ ପାକ୍‌ରେ ସକ୍ରିୟ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାପରେ ଭାରତୀୟ ସ୍ଥଳ ସେନା ପିଓକେରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା। ଏଥିରେ ଜୈଶ ଓ ଲସ୍କରର ଏକାଧିକ ଆତଙ୍କୀ କ୍ୟାମ୍ପ ଧ୍ୱଂସ ହେବା ସହ ୭୦ରୁ ଅଧିକ ଆତଙ୍କୀ ନିହତ ହୋଇଥିଲେ।

ଏହାପରେ ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ ହମ୍‌ଲା କରିଥିଲେ। ଏଥିରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାର ବଦଲା ନେବାକୁ ଭାରତୀୟ ବାୟୁସେନାର ଯବାନମାନେ ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈଶର କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ଏଥିରେ ୨୫୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି।

ଏବେ ଭାରି କାଳେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ, ସେଥିପାଇଁ ଆତଙ୍କବାଦୀମାନେ ଡରି ଯାଇଛନ୍ତି।



from Odisha Reporter https://ift.tt/2FEPhps

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages