ବୁମ୍ରା ସର୍ବଶ୍ରେଷ୍ଠ ଟି-୨୦ ବୋଲର: ଆର୍ଚର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ବୁମ୍ରା ସର୍ବଶ୍ରେଷ୍ଠ ଟି-୨୦ ବୋଲର: ଆର୍ଚର

ନୂଆଦିଲ୍ଲୀ: କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟର ମହତ୍ତ୍ୱପୂର୍ଣ୍ଣ ଖେଳାଳି ଜୋଫ୍ରା ଆର୍ଚର ଭାରତର ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କୁ ପ୍ରଂଶସା କରିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ସମୟରେ ବୁମ୍ରା ଟି-୨୦ର ସର୍ବଶ୍ରେଷ୍ଠ ବୋଲର। ସେ କହିଛନ୍ତି, ମୁଁ ବୁମ୍ରାଙ୍କୁ ବହୁତ ପସନ୍ଦ କରେ। ଟି-୨୦ ଫର୍ମାଟରେ ତାଙ୍କର କୌଣସି ଜବାବ ନାହିଁ। ବୁମ୍ରାଙ୍କ ଅସାମାନ୍ୟ ଆକ୍ସନକୁ ବୁଝିବା ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ହୋଇଥାଏ।

ସେ ନିଜର ଏହି ଆକ୍ସନ କାରଣରୁ ଭଲ ୟର୍କର ମଧ୍ୟ ପକାଇ ପାରନ୍ତି। ବିଶେଷକରି ଡେଥ ଓଭରରେ ବୁମ୍ରା ଯେଉଁଭଳି ବୋଲିଂ କରନ୍ତି, ତାହା ପ୍ରଶଂସନୀୟ। ତାଙ୍କ ପାଖରେ ବୋଲିଂ କରିବାର ବିଭିନ୍ନତା ଅଛି, ଯେଉଁ କାରଣରୁ ସେ ଆଜି ଜଣେ ସଫଳ ବୋଲର ହୋଇପାରିଛନ୍ତି ବୋଲି ଆର୍ଚର କରିଛନ୍ତି। ଆର୍ଚର ନିଜ ସର୍ବଶ୍ରେଷ୍ଠ ବୋଲିଂ ତାଲିକାରେ ଆଫଗାନିସ୍ତାନର ସ୍ପିନର ରଶିଦ ଖାନଙ୍କୁ ମଧ୍ୟ ସାମିଲ କରିଛନ୍ତି। ବାର୍ବାଡୋସ ରେ ଜନ୍ମିତ ଆର୍ଚର ଟି-୨୦ରେ ୮୨ ମ୍ୟାଚ ଖେଳି ୧୦୫ ୱିକେଟ ନେଇଛନ୍ତି।



from Odisha Reporter https://ift.tt/2V1U6je

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages