ସିଇଓ ସୁରେନ୍ଦ୍ର କୁମାର ବିଜେଡିର ଏଜେଣ୍ଟ : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ସିଇଓ ସୁରେନ୍ଦ୍ର କୁମାର ବିଜେଡିର ଏଜେଣ୍ଟ : ବିଜେପି

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଏବେ ବିଜେଡିର ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଓଡ଼ିଶାର ସିଇଓ ସୁରେନ୍ଦ୍ର କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ଦାବି ଜଣାଇବ। ଏଭଳି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ନିର୍ବାଚନର ଆଇନଗତ ଦିଗ ଓ ନୀତି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାର ବିଜେଡିକୁ ସୁହାଇବା ଭଳି ଷଡ଼ଯନ୍ତ୍ର ରଚି ବିଜେପି ବିରୋଧରେ କାମ କରୁଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ବିଜେପି ଚାପରେ ମୁଖ୍ୟ ନର୍ବାଚନ ଅଧିକାରୀ କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ଟଙ୍କା ପଠାଇବା ଉପରେ ରୋକ୍ ଲଗାଇଥିବା ବିଜେଡି ପ୍ରଚାର କରୁଛି।

ଗତକାଲି ସାମ୍ବାଦିକମାନେ କାଳିଆ ଯୋଜନାକୁ ବନ୍ଦ କରିବା ନେଇ ମୁଖ୍ୟ ନର୍ବାଚନ ଅଧିକାରୀଙ୍କ ସ୍ପଷ୍ଟୀକରଣ ମାଗିବାବେଳେ ସେ ନିରବ ରହିଥିଲେ। କାଳିଆ ଯୋଜନାରେ ଟଙ୍କା ଦେବାପାଇଁ ମୁଖ୍ୟ ନର୍ବାଚନ ଅଧିକାରୀ ରୋକ୍ ଲଗାଇଛନ୍ତି ନା ନାହିଁ ସେ ସର୍ମ୍ପକରେ ସୁରେନ୍ଦ୍ର କୁମାର କାହିଁକି ଚୁପ ରହୁଛନ୍ତି। ଯଦି ରୋକ୍ ଲଗାଇଛନ୍ତି ତାହାହେଲେ କେଉଁ ନର୍ବାଚନୀ ଆଚରଣ ବିଧି ନିୟମ ଆଧାରରେ ଲଗାଇଛନ୍ତି ଏହା ସ୍ପଷ୍ଟ କରିବା ମୁଖ୍ୟ ନର୍ବାଚନ ଅଧିକାରୀଙ୍କ ସାମ୍ବିଧାନିକ ଦାୟିତ୍ୱ। ଯଦି ରୋକ ଲଗାଇ ନାହାନ୍ତି ତା’ହେଲେ ତାଙ୍କର କାଳିଆ ଯୋଜନା ନେଇ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ବିଜେଡି ସହ ଭିତିରି ହାତ ମିଳାଇ କାଳିଆ ଯୋଜନାରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୁଚାଇ ଶାସକ ବିଜେଡିକୁ ରାଜନୈତିକ ଲାଭ ଦେବାପାଇଁ ଏହା ସିଇଓ ସୁରେନ୍ଦ୍ର କୁମାରଙ୍କର ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବିଜେପି ଅଭିଯୋଗ କରିଛି। କାଳିଆ ଯୋଜନାକୁ କିଏ ବନ୍ଦ କରିଛି ତାହାର ଜବାବ କାହିଁକି ମୁଖ୍ୟ ନିର୍ବାଚନ ଅଧିକାରୀ ଦେଉନାହାନ୍ତି ବୋଲି ବିଜେପି ଏକ ଲିଖିତ ଦାବିପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛି। ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସୁରଥ ବିଶ୍ୱାଳ, ଜୟନ୍ତ ଜେନା,ସତ୍ୟବ୍ରତ ନାୟକ ଓ ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ।



from Odisha Reporter https://ift.tt/2TDqU0g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages