ସୁପ୍ରିମକୋର୍ଟରେ ନିଜ ଭୁଲ ମାନିଲେ ପ୍ରଶାନ୍ତ ଭୂଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ସୁପ୍ରିମକୋର୍ଟରେ ନିଜ ଭୁଲ ମାନିଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ମାନହାନି ମାମଲାରେ ଫସି ଥିବା ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣ ଆଜି ସୁପ୍ରିମକୋର୍ଟରେ ସେ କରିଥିବା ଭୁଲକୁ ସ୍ୱୀକାର କରିଛନ୍ତି। ଶ୍ରୀ ଭୂଷଣ ସିବିଆଇ ଅନ୍ତରୀଣ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓଙ୍କୁ ହାଇପାୱାର ସିଲେକ୍ସନ୍‌ କମିଟି ଦେଇଥିବା ନିଯୁକ୍ତି ସଂକ୍ରାନ୍ତରେ ଆପତ୍ତିଜନକ ଟ୍ୱିଟ୍‌ କରିଥିଲେ। ତେବେ ଆଜି ସୁପ୍ରିମକୋର୍ଟରେ ସେ ଭୁଲବଶତଃ ଏପରି କରିଥିବା ସ୍ୱୀକାର କରିଛନ୍ତି।

ପ୍ରଶାନ୍ତ ଭୂଷଣ ଟ୍ୱିଟ୍‌ କରି କହିଥିଲେ ଯେ ସରକାର ହାଇପାୱାର ସିଲେକ୍ସନ କମିଟିର ନିଷ୍ପତ୍ତିକୁ ହେରଫେର କରିଛନ୍ତି। ଏନେଇ ଶ୍ରୀ ଭୂଷଣଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରାଯାଇଥିଲା।

ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ (ଏଜି) କେକେ ଭେନୁଗୋପାଲ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ନବୀନ ସିହ୍ନାଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ ଶ୍ରୀ ଭୂଷଣ ନିଜର ଭୁଲ ସ୍ୱୀକାର କରିଥିବାରୁ ତାଙ୍କ ବିରୋଧରେ ରୁଜୁ ମାମଲାକୁ ପ୍ରତ୍ୟାହାର କରାଯିବ। ତେବେ ଏହା ପୂର୍ବରୁ ଶ୍ରୀ ଭୂଷଣ ଆଜି କୋର୍ଟରେ ଏକ ଅଜବ ଆବେଦନ କରିଥିଲେ।

ସେ ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କୁ ଏଜି ଭେନୁଗୋପାଲ ଦାଏର କରିଥିବା ମାନହାନୀ ମାମଲାରୁ ନିଜ ଆଡ଼ୁ ଓହରି ଯିବାକୁ ନିବେଦନ କରିଥିଲେ। ଏହାକୁ ନେଇ ଆପତ୍ତି ଉଠିଥିଲେ ହେଁ ଶ୍ରୀ ଭୂଷଣ ଏଥିପାଇଁ କୌଣସି ପ୍ରକାରର କ୍ଷମା ମାଗିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।

କୋର୍ଟରେ ମାମଲା ଚାଲିଥିବା ବେଳେ ଜଣେ ବ୍ୟକ୍ତି ବିଚାରପତିଙ୍କ ସମ୍ପର୍କରେ ମତାମତ ଦେଇପାରିବେ କି ନାହିଁ, ସେ ସମ୍ପର୍କରେ ଖଣ୍ଡପୀଠ ଏପ୍ରିଲ ୩ରେ ଶୁଣାଣି କରିବେ ବୋଲି କହିଛନ୍ତି।



from Odisha Reporter https://ift.tt/2Uq0G2O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages