ଆତଙ୍କୀଙ୍କ ବିରୋଧରେ ପାକ୍ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଆତଙ୍କୀଙ୍କ ବିରୋଧରେ ପାକ୍ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ଦେହ

ଇସ୍‌ଲାମାବାଦ: ଭାରତ ଓ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଚାପରେ ଚେପା ପାକିସ୍ତାନ କ’ଣ ସତରେ ନିଜ ଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ଓ ସେମାନଙ୍କ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି?

ପୁଲୱାମା ହମ୍‌ଲା ପରେ ବ୍ୟାକ୍‌ଫୁଟ୍‌ରେ ଥିବାରୁ ପାକିସ୍ତାନ ଏବେ ଲୋକ ଦେଖାଣିଆ ଭାବେ ଆତଙ୍କୀ ଦମନ ଅଭିଯାନ ଆରମ୍ଭ କରିନାହିଁ ତ? ଏଭଳି ଅନେକ ପ୍ରଶ୍ନ ଏବେ ଭାରତୀୟଙ୍କ ମନରେ ଉଙ୍କି ମାରୁଛି। କାରଣ ଦଶନ୍ଧି ଦଶନ୍ଧି ଧରି ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରୋତ୍ସାହନ ଦେଇ ଆସୁଥିଲା, ଆଜି ହଠାତ୍‌ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଦେଖାଇ ହେବା କଥାକୁ ସହଜରେ ବିଶ୍ୱାସ କରି ହେଉନାହିଁ।

ଆଜି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏଭଳ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି, “ପାକ୍‌ ସରକାର ଦେଶରେ ବେଆଇନ୍‌ ଭାବେ ଚାଲିଥିବା ପାଖାପାଖି ୧୮୨ଟି ମଦ୍ରାସା ବା ସେମିନାରିକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏଥିସହ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମଧ୍ୟ ଅଟକ ରଖିଛନ୍ତି। ତେବେ ଭାରତ ଚାପରେ ନୁହେଁ, ବରଂ ପାକିସ୍ତାନ ସରକାର ଆରମ୍ଭରୁ ହିଁ ଆତଙ୍କବାଦର ବିରୋଧ କରୁଥିଲେ। ତେଣୁ ଦେଶରେ ନିଷିଦ୍ଧ ଘୋଷିତ ହୋଇଥିବା ବିଭିନ୍ନ ସଂଗଠନର ୧୨୧ ଜଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅଟକ ରଖାଯାଇଛି।”

ଗତକାଲି ପାକିସ୍ତାନ ସରକାର ମୁମ୍ବାଇ ଆତଙ୍କୀ ହମ୍‌ଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଜେୟୁଡି ଏବଂ ଏଫ୍‌ଆଇଏଫ୍‌ ସଂଗଠନକୁ ବ୍ୟାନ୍‌ କରିବା ସହ ସେମାନଙ୍କର ସବୁ ସମ୍ପତ୍ତି ଜବତ କରିଥିଲା। ଏବେ ପାକିସ୍ତାନ ସରକାର ବିଭିନ୍ନ ନିଷିଦ୍ଧ ସଂଗଠନର ୩୪ଟି ସ୍କୁଲ ଓ କଲେଜ, ୧୬୩ଟି ଡିସପେନସାରୀ, ୧୮୪ଟି ଆମ୍ବୁଲାନ୍ସ, ୫ଟି ହସ୍ପିଟାଲ ଓ ୮ଟି ଅଫିସକୁ ସିଲ୍‌ କରିଛନ୍ତି। ତେବେ ଏହା କେବଳ ଧର୍ମକୁ ଆଖିଠାର ନା ପାକ ଆଭିମୁଖ୍ୟରେ ପରିବର୍ତ୍ତନର ସୂଚନା, ତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।



from Odisha Reporter https://ift.tt/2NKvBo1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages