
କୋଟା: ପୁଲୱାମା ହମ୍ଲାରେ ସହିଦ ଯବାନଙ୍କ ପରିବାର ପ୍ରତି ୪୪ ବର୍ଷୀୟ ତଥା ଦୃଷ୍ଟିହୀନ ମୁର୍ତ୍ତାଜା ଏ ହମିଦ୍ ସହଯୋଗର ହାତ ବଢ଼ାଇଛନ୍ତି। କୋଟାରେ ଜନ୍ମ ଗ୍ରହଣ କରିଥିବା ହମିଦ୍ ଏବେ ମୁମ୍ବାଇରେ କାର୍ଯ୍ୟ କରୁଛନ୍ତି।
ହେଲେ ସେ ପୁଲୱାମା ହମ୍ଲାରେ ସହିଦ ହୋଇଥିବା ଯବାନଙ୍କ ସହାୟତା କରିବାକୁ ୧୧୦ କୋଟି ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଅର୍ଥକୁ ସେନ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପଠାଇବାକୁ ଚାହୁଁଛନ୍ତି। ଏନେଇ ହମିଦ୍ ପିଏମ୍ଓକୁ ଏକ ଇ-ମେଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ମିଟିଂ ଆୟୋଜନ କରିବାକୁ ନିବେଦନ କରିଛନ୍ତି।
ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ହମିଦ କୋଟାରେ ଥିବା ସରକାରୀ କଲେଜ୍ରେ କମର୍ସରେ ଗ୍ରାଜୁଏସନ୍ କରିଥିଲେ। ସେ ଏବେ ଜଣେ ରିସର୍ଚ୍ଚର ଓ ବୈଜ୍ଞାନିକ ଭାବେ ମୁମ୍ବାଇରେ କାମ କରୁଛନ୍ତି।
ହମିଦ କହିଛନ୍ତି, “ଯେଉଁମାନ ଆମ ଦେଶ ପାଇଁ ନିଜ ଜୀବନର ବଳିଦାନ ଦେଇଛନ୍ତି, ସେମାନଙ୍କ ପାଇଁ ଦେଶବାସୀ ଛିଡ଼ା ହେବା ଦରକାର। ସମୟ ଥାଉଥାଉ ଯଦି ସରକାର ମୋ ଦ୍ୱାରା ଆବିଷ୍କାର ହୋଇଥିବା ଅତ୍ୟାଧୁନିକ ଯନ୍ତ୍ରର ବ୍ୟବହାର ସମ୍ପର୍କରେ ଜାଣିପାରି ଥାଆନ୍ତେ, ତା’ହେଲେ ହୁଏତ ପୁଲୱାମା ଭଳି ଆକ୍ରମଣକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା।
ମୁଁ ଫ୍ୟୁଏଲ ବର୍ଣ୍ଣ ରାଡିଏସନ୍ ଟେକ୍ନୋଲଜି ଆବିଷ୍କାର କରିଛି। ଏହାଦ୍ୱାରା ଜିପିଏସ୍, କ୍ୟାମେରା ଓ ଅନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ନଥିବା ଗାଡ଼ି ଏବଂ ଅନ୍ୟ ବସ୍ତୁକୁ ସଙ୍ଗେସଙ୍ଗେ ଡିଟେକ୍ଟ କରିହେବ। ମୁଁ ବିନା ଟଙ୍କାରେ ଏହା ଭାରତ ସରକାର ଓ ଏନ୍ଏଚ୍ଏଆଇକୁ ୨୦୧୬ରେ ପଠାଇଥିଲି। ହେଲେ ସେମାନେ ୨୦୧୮ରେ ଏହାର ଉତ୍ତର ଦେଇଥିଲେ। ଏବେ ଏହି ଅତ୍ୟାଧୁନିକ ଯନ୍ତ୍ରର ବିକାଶ କରାଯାଉଛି।”
from Odisha Reporter https://ift.tt/2Tma0Yj
No comments:
Post a Comment