ବନ୍ଧୁକ କାରଖାନା ଠାବ, ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ବନ୍ଧୁକ କାରଖାନା ଠାବ, ୩ ଗିରଫ

ବରଗଡ଼ (ଦୀପକ ଶର୍ମା): କବାଡ଼ିଆଙ୍କଠାରୁ ଅଦରକାରୀ ଜିନିଷ କିଣି ବନ୍ଧୁକ ତିଆରି କରି ବିକ୍ରି କରାଯାଉଥିଲା।ଏ ସମ୍ପର୍କରେ ବରଗଡ଼ ସଦର ଥାନା ପୁଲିସ ଜାଣିପାରି ଉକ୍ତ ବନ୍ଧୁକ କାରଖାନା ଉପରେ ଚଢ଼ଉ କରି ବନ୍ଧୁକ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଛି। ତା’ ସହିତ ଏ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଜି ସକାଳେ ବରଗଡ଼ ଟାଉନ୍‌ ଥାନା ପୁଲିସ ପ୍ୟାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକାମ୍ର ଛକରେ ଏକ ବାଇକ୍‌ ଯାଞ୍ଚ କରିବା ସମୟରେ ଗୋଟିଏ ବନ୍ଧୁକ ମିଳିଥିଲା। ତାକୁ ଜେରା କରିବା ପରେ ସେ ସଦର ଥାନା ବଇଜାପଥର ଗାଁର ଜିତୁ ବିଶ୍ୱଳଙ୍କ ପାଖରୁ ବନ୍ଧୁକ କିଣିଥିବା ପ୍ରକାଶ କରିଥିଲା। ସମ୍ପୃକ୍ତ ଯୁବକଙ୍କ ବୟାନ ଆଧାରରେ ପୁଲିସ୍‌ ସକାଳ ସଢ଼େ ୧୦ଟା ବେଳେ ଜିତୁଙ୍କ ଘରେ ଅଚାନକ ଚଢ଼ଉ କରି ଏକ ବନ୍ଧୁକ ତିଆରି କାରଖାନା ଠାବ କରିଥିଲା। ପୁଲିସ ସେଠାରୁ ୩ଟି ବଡ଼ ବନ୍ଧୁକ ଓ ୨ଟି ଛୋଟ ବନ୍ଧୁକ ସହ ଅନ୍ୟାନ୍ୟ ସରଞ୍ଜାମ ଜବତ ଜବତ କରିଛି। ଏହି ଘଟଣାରେ ଜିତୁ ବିଶ୍ୱାଳ ଓ ବାହାଦୂର ପ୍ରଧାନଙ୍କ ସହିତ ଅନ୍ୟ ଜଣଙ୍କୁ ଗିରଫ କରିଛି।

ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜିତୁ। ସେ ଆଇଟିଆଇ ପାସ୍‌ କରିବା ପରେ ଏକ ରାଇସ୍‌ ମିଲ୍‌ରେ କାମ କରୁଛି। କବାଡ଼ିଆଙ୍କଠାରୁ ଭଙ୍ଗା ସାମଗ୍ରୀ କିଣି ସେଥିରେ ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଛି। ମାତ୍ର ସେ କେତେ ବର୍ଷ ଧରି ଏହି କାରବାର କରୁଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ତାର ଖୋଳତାଡ଼ ଜାରି ରଖିଛି।



from Odisha Reporter https://ift.tt/2ISae5f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages