
ସମ୍ବଲପୁର (ସଂଜୟ ଜେନା) :ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ବଜାରରେ ମିଳିଲାଣି ବିଭିନ୍ନ ରଙ୍ଗର ଅବିର। ସମ୍ବଲପୁର ସହରରେ ବିଶେଷ କରି ଗୋଲବଜାରରେ ବସିଥାଏ ରଙ୍ଗ ବଜାର। ବିଭିନ୍ନ ପ୍ରକାର ରଙ୍ଗ ସହ ପିଚ୍କାରି, ଚଷମା, ଟୋପି, ମୁଖା ଇତ୍ୟାଦିରେ ଭରପୁର ବଜାର।
ରଙ୍ଗ ପ୍ୟାକେଟ୍ର ଦାମ୍ ୧୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଫଳରେ ସବୁ ବର୍ଗର ଲୋକେ ରଙ୍ଗ କିଣିପାରୁଥିବା କହିଛନ୍ତି ବ୍ୟବସାୟୀ।
ରଙ୍ଗ ବଜାରରେ ସବୁ ପ୍ରକାର ରଙ୍ଗ ମିଳୁଛି। ତେବେ ପୂର୍ବରୁ ଅଧିକ ମାତ୍ରାରେ ପ୍ରାକୃତିକ ରଙ୍ଗ ବ୍ୟବହାର ହେଉଥିଲା, କିନ୍ତୁ ଏବେ ରାସାୟନିକ ରଙ୍ଗ ବେଶୀ ବିକ୍ରି ହେଉଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ଗ୍ରାହକ। ତା’ ସହ ଦୋଳ ପୂର୍ଣ୍ଣିମା ପାଇଁ କଷି ଆମ୍ବ, ସାକର, ମହୁଲ ଫୁଲର ବଜାର ମଧ୍ୟ ଖୋଲିଗଲାଣି।
from Odisha Reporter https://ift.tt/2UDYxk0
No comments:
Post a Comment