ଆଇସିସି ଦିକିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ ଓ ବୁମ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଆଇସିସି ଦିକିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ ଓ ବୁମ୍ରା

ଦୁବାଇ: ଭାରତୀୟ ଟିମ ଅଧିନାୟକ ବିରାଟ କୋହଲି ଓ ପେସ୍ ବୋଲର ଜସପ୍ରୀତ ବୁମ୍ରା ରବିବାର ପ୍ରକାଶିତ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ତାଲିକାର ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ହୋଇଥିବା ଘରୋଇ ଦିନିକିଆ ସିରିଜରେ ୩୧୦ ରନ୍ କରିବା ପରେ କୋହଲି ପ୍ରଥମ ସ୍ଥାନରେ ସୁରକ୍ଷିତ ଅଛନ୍ତି। ସେହିପରି ଦିନିକିଆ ଟିମ୍ ଉପଅଧିନାୟକ ରୋହିତ ଶର୍ମା ଏହି ସିରିଜରେ ୨୦୨ ରନ୍ ବଳରେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନ କାଏମ ରଖିଛନ୍ତି।

ଅଲରାଉଣ୍ଡର ପ୍ରଦର୍ଶନ କାରଣରୁ କେଦାର ଯାଦବ ୧୧ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୪ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଓପ୍ନର କ୍ୱିଣ୍ଟନ୍ ଡିକକ୍ ବ୍ୟାଟ୍ସମ୍ୟାନ୍ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ଡିକକଙ୍କ ଦମଦାର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜକୁ ୫-୦ରେ ପୋଛି ନେଇଛି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଜଣକ ସିରିଜରେ ୩୫୩ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ସାମିଲ ଅଛି। ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ତୃତୀୟ ସ୍ଥାନରେ ରହିଛନ୍ତି।

ବୋଲିଂରେ ବୁମ୍ରା ୭୭୪ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ବାଂଲାଦେଶ ବିପକ୍ଷ ସିରିଜରେ ୬ ୱିକେଟ୍ ନେଇଥିବା ନ୍ୟୁଜିଲ୍ୟାଣ୍ଡ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ ଆଫଗାନିସ୍ତାନ ସ୍ପିନର ରଶିଦ୍ ଖାନ୍ ତୃତୀୟକୁ ଖସି ଆସିଛନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜରେ ୯ ୱିକେଟ୍ ନେବା ପରେ ଦକ୍ଷିଣ ଆଫ୍ରିକା ସ୍ପିନର ଇମ୍ରାନ୍ ତାହିର ସାତୋଟି ସ୍ଥାନ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ତାଲିକାରେ ରଶିଦ୍ ଖାନ୍ ଶୀର୍ଷରେ ଅଛନ୍ତି। ତେବେ ଏହି ସୂଚୀରେ କୌଣସି ଭାରତୀୟ ନାହାନ୍ତି।



from Odisha Reporter https://ift.tt/2Ck3vv1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages