ଏନ୍‌କାଉଣ୍ଟର ବେଳେ ୪ ଯବାନ ସହିଦ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଏନ୍‌କାଉଣ୍ଟର ବେଳେ ୪ ଯବାନ ସହିଦ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପୱାଡ଼ାରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ ସିରିଆରପିଏଫ୍‌ ଇନ୍‌ସ୍‌ପେକ୍ଟର ରହିଛନ୍ତି। ସେହିପରି ସହିଦଙ୍କ ମଧ୍ୟରେ ୨ ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ରହିଥିବା ଜଣାପଡ଼ିଛି।

ବାବାଗୁଣ୍ଡ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବେଳେ ସିଆରପିଏଫ୍‌ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଲୁଚି ଥିବା ଘର ନିକଟରେ ସୁରକ୍ଷାକର୍ମୀ କର୍ଡନ କରି ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। କିନ୍ତୁ ଆତଙ୍କବାଦୀମାନେ ଏହାର ଜବାବ ଗୁଳିରେ ଦେଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଥିଲା। ତେବେ ସୁରକ୍ଷାକର୍ମୀମାନେ ସେମାନଙ୍କ ମୃତଦେହ ଏକ ବୁଦା ମୂଳରୁ ଉଦ୍ଧାର କରିବା ବେଳେ ଜଣେ ଆତଙ୍କବାଦୀ ବଞ୍ଚିଥିବା ଜଣାପଡ଼ିଥିଲା।

ସେ ସୁରକ୍ଷାକର୍ମୀଙ୍କ ଉପରକୁ ଅତିର୍କିତ ଗୁଳିମାଡ଼ କରିଥିଲା। ଏଥିରେ ସିଆରପିଏଫ୍‌ର ୨ ଜଣ ଓ ପୁଲିସ୍‌ର ୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ଜଣାପଡ଼ିଛି। ଅବଶ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଦରମରା ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା କୁହାଯାଉଛି।

ଏସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ସେନା ପକ୍ଷରୁ କେବଳ ୪ ଜଣ ଯବାନ ସହିଦ ହୋଇଥିବା କୁହାଯାଇଛି। ସେହିପରି ଆହତମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ଅନ୍ୟପକ୍ଷରେ ଏନ୍‌କାଉଣ୍ଟର ସମୟରେ ସ୍ଥାନୀୟ ଯୁବକମାନେ ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଟେକା ପଥର ମାଡ଼ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2Eouciu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages