ବିଶ୍ୱକେଶ ତ୍ରିପାଠୀଙ୍କ ‘ଜର୍ନି ଇନଟୁ ଦି ଅନନୋନ’ ଉନ୍ମୋଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ବିଶ୍ୱକେଶ ତ୍ରିପାଠୀଙ୍କ ‘ଜର୍ନି ଇନଟୁ ଦି ଅନନୋନ’ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଲେଖକ ତଥା ଅବସରପ୍ରାପ୍ତ ଆଇପିଏସ୍ ଅଫିସର ବିଶ୍ୱକେଶ ତ୍ରିପାଠୀଙ୍କ ଦ୍ୱାରା ରଚିତ ପୁସ୍ତକ ‘ଜର୍ନି ଇନଟୁ ଦି ଅନ୍ନୋନ୍‛ ଆଜି ଭୁବନେଶ୍ୱରସ୍ଥିତ ପ୍ରେସକ୍ଲବଠାରେ ଉନ୍ମୋଚିତ ହୋଇଯାଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଏହି ପୁସ୍ତକର ଉନ୍ମୋଚନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ଶିକ୍ଷାବିତ୍ ଡଃ ନିବେଦିତା ମହାନ୍ତି, ପ୍ରଫେସର ଯତୀନ ନାୟକ ଏବଂ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।

‘ଜର୍ନି ଇନଟୁ ଦି ଅନନୋନ୍’ ଏକ ଐତିହାସିକ କଥାବସ୍ତୁ ଉପରେ ଆଧାରିତ। ଜଣେ ଦରିଦ୍ର ଡେକାନୀ ବ୍ରାହ୍ମଣ ବାଳକର ଜୀବନ କାହାଣୀ ଉପରେ ଆଧାରିତ ଏହି ପୁସ୍ତକର କଥାବସ୍ତୁ । ଯେଉଁଥିରେ ସେ ଅସାମାନ୍ୟ ସାହସିକତା ଦେଖାଇ ମାତ୍ର ୧୨ ବର୍ଷ ବୟସରେ ନିଜ ଗ୍ରାମ ଛାଡ଼ୁଛି। ସମୟକ୍ରମେ ସେ ଏକ ଭୃତ୍ୟ ବେପାରୀର ଦାସତ୍ୱ ସ୍ଵୀକାର କରୁଛି, ଯିଏ କି ତାକୁ ଜଣେ ଫରାସୀ ବ୍ୟବସାୟୀକୁ ବ୍ରିକି କରିଦେଉଛି। ଏହି ଫରାସୀ ବ୍ୟବସାୟୀ ଜଣକ ଉକ୍ତ ବାଳକର ଧର୍ମକୁ ଇସଲାମ ଧର୍ମରେ ପରିବର୍ତ୍ତନ କରି ତାକୁ ଫ୍ରାନ୍ସର ଇସ୍ତାହାନ ସହରକୁ ନେଇଯାଏ। କିଛିବର୍ଷ ପରେ ଉକ୍ତ ବାଳକ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛି ଏବଂ ପରିସ୍ଥିତିରେ ପଡ଼ି ଜଣେ ଫରାସୀ ଝିଅକୁ ବିବାହ କରୁଛି। ପରବର୍ତ୍ତୀ ସମୟରେ ସେ ମୁର୍ସିଦାବାଦର ନୱାବ୍- ମୁର୍ସିଦ କ୍ୟୁଲି ଖାନ୍ ନାମରେ ପରିଚିତ ହେଉଛି ଓ ବେଙ୍ଗଲ, ବିହାର ଏବଂ ଓଡ଼ିଶାର କିଛି ଅଞ୍ଚଳରେ ନିଜର ପ୍ରଭୁତ୍ୱ ଜାରି କରିଛି। ତାଙ୍କର ନାତୁଣୀ ସୁରେୟା ଉତ୍କଳର ରାଜା, ରାଜା ରାମଚନ୍ଦ୍ର ଦେବ-୨ଙ୍କୁ ବିବାହ କରିଛି। ଯାହାଦ୍ୱାରା ଓଡ଼ିଶାରେ ଅଶାନ୍ତି ସୃଷ୍ଟି ହୋଇ ଏହି ଘଟଣାର ଏକ ଦୁଃଖଦ ଅନ୍ତ ଘଟୁଛି।

ଏହି ଐତିହାସିକ କଥାବସ୍ତୁ ୧୮ଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଏକ ସତ ଘଟଣା ଉପରେ ଆଧାରିତ ।

ଅନୁଭବୀ ଲେଖକ ବିଶ୍ୱକେଶ ତ୍ରିପାଠୀ ୬ଟି ପୁସ୍ତକ ଓଡ଼ିଆରେ ରଚନା କରିବା ସଙ୍ଗେସଙ୍ଗେ ୬ଟି କ୍ଷୁଦ୍ର କବିତା ସଂକଳନ ଏବଂ ଇଂରାଜୀରେ ଏକ ସୁଦୀର୍ଘ କବିତାର ଅନୁକ୍ରମ ମଧ୍ୟ ରଚନା କରିଛନ୍ତି। ଏତଦ ବ୍ୟତୀତ ଟେରରିଜମ ଆଣ୍ଡ ଇନସର୍ଜେନ୍ସୀ ଇନ୍ ଇଣ୍ଡିଆ‛ ଭଳି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ରଚିତ ଦୁଇଟି ପୁସ୍ତକ ଇଂରାଜୀରେ ମଧ୍ୟ ଅନୁବାଦ କରାଯାଇଛି ‘ଟେଲ୍ସ ଅଫ୍ ରାମାୟଣ ଆଣ୍ଡ ମହାଭାରତ’ ଏବଂ ‘ମାଇ ଲାଇଫ୍ ଆଣ୍ଡ ଟାଇମ୍ସ ଇନ୍ ଆଇପିଏସ୍’। ନିକଟ ଅତୀତରେ ତାଙ୍କର ତିନୋଟି ଐତିହାସିକ କଥାବସ୍ତୁ ସମ୍ବଳିତ ପୁସ୍ତକ ‘ଇନ୍ ଦି କ୍ରେଡେଲ ଅଫ୍ ଦି ସେଭେନ୍ ସିଷ୍ଟରସ୍’, ‘ଖାରବେଳ-ଦି ୱାରିଅର ସିକର’ ଏବଂ ‘କୋଣାର୍କ- ଏ ଷ୍ଟୋରୀ ଅଫ୍ ଏକ୍ସପ୍ଲୋସିଭ ଲଭ୍’ ପ୍ରକାଶିତ ହୋଇସାରିଛି।



from Odisha Reporter https://ift.tt/2EFybbG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages