ପ୍ରଶାସନିକ ଅଦଳବଦଳ ପଛରେ ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଷଡ଼ଯନ୍ତ୍ର: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ପ୍ରଶାସନିକ ଅଦଳବଦଳ ପଛରେ ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଷଡ଼ଯନ୍ତ୍ର: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ଥିକ ବର୍ଷର ଶେଷ ମାସରେ ବାଣିଜ୍ୟକର କମିଶନର ଓ ପୂର୍ତ୍ତ ସଚିବ ଭଳି ପଦବୀରେ ନିଜ ପସନ୍ଦର ଅଫିସରଙ୍କୁ ଅବସ୍ଥାପିତ କରାଇ ଦଳୀୟ ପାଣ୍ଠି ଯୋଗାଡ଼ କରିବା ପାଇଁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୋଶାଲ ମିଡିଆରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ପ୍ରଶାସନିକ ଅଦଳବଦଳ ପଛରେ ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି ଏବଂ ଦଳୀୟ ପାଣ୍ଠି ସଂଗ୍ରହ ନିମନ୍ତେ ଏହା ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, “ପ୍ରଶାସନରେ ଅଦଳବଦଳ କରିବା ଯେ ରାଜ୍ୟ ସରକାରଙ୍କ ଅଧିକାରର ବିଷୟ,ଏଥିରେ କାହାରି ଦ୍ୱିମତ ନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏଭଳି ଅଦଳବଦଳ ରାଜ୍ୟର ଆର୍ଥିକ ସ୍ୱାର୍ଥର ସୁରକ୍ଷା ନୁହେଁ ବରଂ ସରକାରୀ କଳକୁ ବ୍ୟବହାର କରି ଶାସକ ଦଳ ପାଇଁ ଚାନ୍ଦା ଚିଠା ଯୋଗାଡ଼ ନିମନ୍ତେ ଏକ ସୁଚିନ୍ତିତ ପଦକ୍ଷେପ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ରାଜ୍ୟରେ ଜିଏସଟିକୁ ସଫଳତାର ସହ ଲାଗୁ କରିବା ଓ ବାଣିଜ୍ୟକର ଟିକସକୁ ସୁସଂଗଠିତ କରିବାରେ ଶାଶ୍ୱତ ମିଶ୍ରଙ୍କ ଅଭିଜ୍ଞତା ଥିବାବେଳେ ଆର୍ଥିକ ବର୍ଷ ଶେଷ ମାସରେ ତାଙ୍କୁ ଏହି ବିଭାଗରୁ କାଢ଼ି ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି। ବିଷ୍ଣୁପଦ ସେଠୀଙ୍କ ହାତରେ ପୂର୍ବରୁ ଏସଆରସି ଓ ଓସଡମା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିବାବେଳେ ଅଳ୍ପକିଛି ଦିନ ତଳେ ତାଙ୍କୁ ବାଣିଜ୍ୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।”

“ସେହିପରି ବିଶ୍ୱକପ୍ ହକି ଖେଳ ପାଇଁ ପ୍ପ୍ରସ୍ତୁତି ଓ ପରିଚାଳନାରେ ଅନିୟମିତତାର ବହୁ ଅଭିଯୋଗ ଥିବାବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ତା’ର ହିସାବ ବିଧାନସଭା କିମ୍ବା ସୂଚନା ଅଧିକାର ଆଇନ ବଳରେ ଦେଉନାହାନ୍ତି। କ୍ରିଷନ କୁମାର ବିଡିଏରେ ଥିବାବେଳେ ହକି ବିଶ୍ୱକପ ଆୟୋଜନରେ ଅନିୟମିତତାର ଅଭିଯୋଗ ଆସିଥିଲା। ସେ କାଳିଆ ଦାୟିତ୍ୱରେ ଥିବାବେଳେ ତାଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। କ୍ରିଷନ କୁମାରଙ୍କୁ ନିଯୁକ୍ତି ଦେଇ ଏହି ପଦବୀରେ ଇଞ୍ଜିନିୟରିଂ ବିଭାଗର ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାର ପରମ୍ପରାକୁ ସରକାର ଭଙ୍ଗ କରିଛନ୍ତି।

“ବାଣିଜ୍ୟକର କମିଶନର ଓ ପୂର୍ତ୍ତ ସଚିବ ଭଳି ପଦବୀରେ ଅଫିସରଙ୍କୁ ଆର୍ଥିକ ବର୍ଷର ଶେଷ ମାସରେ ବଦଳାଇ ନିଜ ପସନ୍ଦର ଅଫିସରଙ୍କୁ ନିଯୁକ୍ତି ଦେବା ପଛରେ କେବଳ ଦଳୀୟ ପାଣ୍ଠି ସଂଗ୍ରହ କରିବା ସରକାରଙ୍କ ଅସଲ ଉଦ୍ଦେଶ୍ୟ ବୋଲି ବୁଝାପଡ଼ୁଛି। ଓଡ଼ିଶାର ଲୋକମାନେ ବୋକା ନୁହଁନ୍ତି।‘ମୁଖ୍ୟମନ୍ତ୍ରୀଙ୍କ ପିସି ମଷ୍ଟ୍ ଷ୍ଟପ୍ ’ ସ୍ଲୋଗାନର ଆଢ଼ୁଆଳରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଢାଲ କରି ମୋଟା ଅଙ୍କରେ ନିର୍ବାଚନୀ ଚାନ୍ଦା ଆଦାୟ କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ଲୋକମାନେ ଉଚିତ୍ ଜବାବ ଦେବେ” ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter https://ift.tt/2NKAxJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages