ପାକ୍‌ ବିରୋଧରେ ଆମେରିକାକୁ ପ୍ରମାଣ ଦେଲେ ଡୋଭାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ପାକ୍‌ ବିରୋଧରେ ଆମେରିକାକୁ ପ୍ରମାଣ ଦେଲେ ଡୋଭାଲ୍‌

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ତାଙ୍କ ଆମେରିକା ପ୍ରତିପକ୍ଷ ଜନ୍‌ ବୋଲ୍ଟନ୍‌ଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପୁଲୱାମା ଆକ୍ରମଣ ଓ ଭାରତର ଏୟାର ଷ୍ଟ୍ରାଇକ୍‌ ସମ୍ପର୍କରେ ଉଭୟ ଆଲୋଚନା କରିଛନ୍ତି।

ସେହିପରି ପାକିସ୍ତାନ କିଭଳି ଆମେରିକା ସହ କରିଥିବା ଚୁକ୍ତିକୁ ଉଲ୍ଲଙ୍ଘନ କରି ଭାରତ ଉପରେ ଏଫ୍‌-୧୬ ଯୁଦ୍ଧ ବିମାନ ଦ୍ୱାରା ହମ୍‌ଲା କରିଥିଲା, ତା’ର ପ୍ରମାଣ ମଧ୍ୟ ଶ୍ରୀ ଡୋଭାଲ୍‌ ବୋଲ୍ଟନ୍‌ଙ୍କୁ ଜଣାଇଛନ୍ତି।

ପାକିସ୍ତାନ ବାୟୁସେନା ପକ୍ଷରୁ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ବଦ୍‌ଲା ନେବାକୁ ଉଦ୍ୟମ ହୋଇଥିଲା। ଏଥିପାଇଁ ପାକିସ୍ତାନ ପକ୍ଷରୁ ଏଫ୍‌-୧୬ ଯୁଦ୍ଧ ବିମାନ ଜରିଆରେ ଭାରତର ସାମରିକ ପ୍ରତିଷ୍ଠାନ ଉପରେ ହମ୍‌ଲା କରିବାକୁ ଉଦ୍ୟମ ହୋଇଥିବା ମଧ୍ୟ ଡୋଭାଲ ଆଜି ବୋଲ୍ଟନଙ୍କୁ ଜଣାଇଛନ୍ତି। ପାକିସ୍ତାନ ବାୟୁସେନା ପକ୍ଷରୁ ଏଆଇଏମ୍‌-୧୨୦ ମିସାଇଲ୍‌ ଦ୍ୱାରା ଆକ୍ରମଣ କରାଯାଇଥିବା ମଧ୍ୟ ଆଜି ଡୋଭାଲ ଆମେରିକାକୁ ଜଣାଇଛନ୍ତି।



from Odisha Reporter https://ift.tt/2H1Xrvl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages