କରୀନାଙ୍କ ପୁଅ ପଛରେ ପଡ଼ିଛନ୍ତି ତାପସୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

କରୀନାଙ୍କ ପୁଅ ପଛରେ ପଡ଼ିଛନ୍ତି ତାପସୀ !

ମୁମ୍ୱାଇ: ତାପସୀ ପନ୍ନୁ ଓ ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ‘ପିଙ୍କ୍‌’ ଫିଲ୍ମରେ ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିବା ଏହି ଯୋଡ଼ିଙ୍କର ଅଭିନୟ ‘ବଦ୍‌ଲା’ରେ କିପରି ରହିବ, ତାକୁ ଦର୍ଶକ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ତାପସୀ ଫିଲ୍ମର ପ୍ରୋମୋସନ୍‌ କରିବାରେ ବ୍ୟସ୍ତ ଅଛନ୍ତି।

୩୧ ବର୍ଷୀୟ ତାପସୀ ପନ୍ନୁ ସିଙ୍ଗଲ୍‌ ବୋଲି ପୂରା ଇଣ୍ଡଷ୍ଟ୍ରିକୁ ଜଣା। ସେ ନିଜେ ମଧ୍ୟ ଅନେକ ଇଣ୍ଟରଭ୍ୟୁରେ ସ୍ୱୀକାର କରିଛନ୍ତି ଯେ, ସେ ସିଙ୍ଗଲ୍‌ ରହିବାକୁ ପସନ୍ଦ କରନ୍ତି। ଏହା ମଧ୍ୟରେ ୩୧ ବର୍ଷୀୟ ତାପସୀଙ୍କୁ ‘ବଲିଉଡ୍‌ ହଙ୍ଗାମା’ର ଏକ ଇଣ୍ଟରଭ୍ୟୁରେ ପଚରା ଯାଇଥିଲା ଯେ, ବଲିଉଡ୍‌ରେ ସେ କାହାକୁ ଡେଟ୍‌ କରିବାକୁ ପସନ୍ଦ କରିବେ।

ଉତ୍ତରରେ ତାପସୀ କରୀନା କପୁରଙ୍କ ପୁଅ ତୈମୁର୍‌ ଅଲ୍ଲୀ ଖାନ୍‌ଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତାପସୀ ଆହୁରି ମଧ୍ୟ କହିଥିଲେ, “ମୁଁ ବଲିଉଡ୍‌ରେ ତୈମୁର୍‌ ଅଲ୍ଲୀ ଖାନ୍‌ଙ୍କୁ ଡେଟ୍‌ରେ ନେବାକୁ ଚାହୁଁଛି। ୨ ବର୍ଷର ତୈମୁର୍‌ଙ୍କ ଲୋକପ୍ରିୟତା ଏତେ ଯେ, ବର୍ତ୍ତମାନ ଅଭିନେତ୍ରୀ ମଧ୍ୟ ତାଙ୍କର ଫ୍ୟାନ୍‌ ହୋଇ ସାରିଛନ୍ତି। “

ଅବଶ୍ୟ ତାପସୀ ଏହି କଥା ମଜାରେ କହିଥିଲେ। ବର୍ତ୍ତମାନ କେବଳ ଦେଖିବାକୁ ବାକି ରହିଲା ତୈମୁର୍‌ଙ୍କୁ ମିଳିଥିବା ଏହି ଡେଟିଂ ଅଫର୍‌ ବିଷୟରେ କରିନା କିପରି ପ୍ରତିକ୍ରିୟା ରଖୁଛନ୍ତି।

ଦିଲ୍ଲୀର ଏକ ପଞ୍ଜାବୀ ପରିବାରରୁ ଆସିଥିବା ତାପସୀ ବ୍ୟକ୍ତିଗତ ଜୀବନରେ ବ୍ୟବସାୟ କରନ୍ତି। ସାଙ୍ଗ ଓ ଭଉଣୀଙ୍କ ସହିତ ମିଶି ତାପସୀ ଏକ କମ୍ପାନୀ ତିଆରି କରିଛନ୍ତି। ଯାହାର ନାମ ‘ଦ ୱେଡିଙ୍ଗ୍‌ ଫ୍ୟାକ୍ଟ୍ରି’ ରଖିଛନ୍ତି। ଏହା ବ୍ୟତୀତ ତାପସୀଙ୍କର ଏକ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌ ମଧ୍ୟ ରହିଛି।

ଫିଲ୍ମ ବଦ୍‌ଲାରେ ଅମିତାଭ ବଚ୍ଚନ ଓ ତାପସୀଙ୍କ ବ୍ୟତୀତ ଅମ୍ରିତା ସିଂହ, ଟୋନି ଲ୍ୟୁକ୍‌ ଓ ମାନବ କୌଲଙ୍କ ଅଭିନୟ ଦେଖିବାକୁ ମିଳିବ। ଗୌରୀ ଖାନ୍‌ଙ୍କ ରେଡ୍‌ ଚିଲିଜ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ହାଉସ୍‌ରୁ ଏହି ଫିଲ୍ମଟି ପ୍ରଡ୍ୟୁସ୍‌ କରାଯାଇଛି। ମାର୍ଚ୍ଚ ୮ ତାରିଖରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି।

 



from Odisha Reporter https://ift.tt/2SKRoN2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages