‘ମତେ ରାଣୀ ମାଡ଼ ମାରିଲେ’, ଶୁଣନ୍ତୁ ଭିଡିଓରେ କ’ଣ କହୁଛନ୍ତି ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

‘ମତେ ରାଣୀ ମାଡ଼ ମାରିଲେ’, ଶୁଣନ୍ତୁ ଭିଡିଓରେ କ’ଣ କହୁଛନ୍ତି ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ଜଣେ ମହିଳା ନିଜର ଦୁଇ ପିଲାଙ୍କ ସହ ଅସହାୟ ଅବସ୍ଥାରେ ବସିଥିବା ଦେଖିବାକୁ ମିଳୁଛି। ମହିଳା ଜଣକ ଏକ ଫାଙ୍କା ସ୍ଥାନରେ ବସିଥିବା ବେଳେ ଦୃଶ୍ୟଟି ରାତ୍ରି ସମୟର ବୋଲି ଜଣାପଡୁଛି। ତାଙ୍କୁ ଏମିତି ଏକ ଅସହାୟ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କ ବିଷୟରେ ପଚାରି କେହି ଜଣେ ଭିଡିଓ ପ୍ରସ୍ତୁତ କରିଛନ୍ତି। ଭିଡିଓରେ ମହିଳା ଜଣଙ୍କୁ ରାଣୀ ତଥା ଏମଏଲଏ ନନ୍ଦିନୀ ଦେବୀ ମାଡ଼ ମାରିଥିବା କହୁଛନ୍ତି। ମହିଳା ଜଣକ ନିଜ ନାମ ଅମିତା ଓ ସେ ଧରାକୋଟରେ ଏକ ଆଶ୍ରମରେ ରହୁଥିଲେ। ତାଙ୍କୁ ମାଡ଼ ମରାଯାଇଥିବାରୁ ସେ ଆଶ୍ରମ ଛାଡ଼ି ପଳାଇ ଆସିଥିବା କହୁଛନ୍ତି।

ଏନେଇ ମହିଳା ଜଣକ ଧରାକୋଟ ଥାନାରେ ଅଭିଯୋଗ କରିବେ ବୋଲି କହୁଛନ୍ତି। ହେଲେ ତାଙ୍କୁ ମାଡ଼ ମରାଯିବାର କାରଣ ସେ ଜାଣିନାହାନ୍ତି ବୋଲି କହୁଛନ୍ତି। ବିନା କାରଣରେ ଜଣେ କାହିଁକି ମାଡ଼ ମାରିବ ବୋଲି ପ୍ରଶ୍ନ ହେବାରୁ ମହିଳା ଜଣକ ଏତିକି କହୁଛନ୍ତି ଯେ ରାଣୀ ତାଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିଥିଲେ। ତା’ ସହ ଚାରି ଆଡ଼େ ବୁଲି ବୁଲି ଆସୁଛୁ ବୋଲି କହି ମାଡ଼ ମାରିଥଲେ। ମହିଳା ଜଣକର ଘର ସୋରଡ଼ା ବୋଲି ସେ କହୁଥିବା ବେଳେ ତାଙ୍କ ପାଖରେ କୌଣସି ପରିଚୟପତ୍ର ନଥିବା କହିଛନ୍ତି। କିନ୍ତୁ ଭିଡିଓଟିକୁ ତିଆରି କରିଥିବା ବ୍ୟକ୍ତି ଜଣକର ପରିଚୟ ଜଣାପଡ଼ି ନାହିଁ।  ମହିଳା ଜଣଙ୍କର ପରିସ୍ଥିତି ଦେଖିଲେ ସେ ଆର୍ଥିକ ଅନଗ୍ରସର ବର୍ଗର ଓ ନିରୀହ ବୋଲି ଜଣାପଡ଼ୁଛନ୍ତି।

ତେବେ ଏହି ମହିଳାଙ୍କ ଅଭିଯୋଗ ତଥା ଏହି ଭିଡିଓର ସତ୍ୟତାକୁ ନେଇ ଅନୁସନ୍ଧାନ କରିବାରୁ ଜଣାପଡ଼ିଥିଲା ଯେ, ଧରାକୋଟର ରାଜମାତା ହେଉଛନ୍ତି ନନ୍ଦିନୀ ଦେବୀ। ସେ ପ୍ରଥମ ଥର ପାଇଁ ସାନଖେମୁଣ୍ଡିର ବିଧାୟିକା ହୋଇଛନ୍ତି। ନନ୍ଦିନୀ ଦେବୀଙ୍କ ପରିଚାଳିତ ଧରାକୋଟରେ ‘ବାଲୁଙ୍କେଶ୍ୱର’ ନାମରେ ଏକ ଅନାଥ ଆଶ୍ରମ ରହିଛି।

ତେବେ ଅଭିଯୋଗ ହୁଏ ଯେ, ରାଜମାତା ଉକ୍ତ ଆଶ୍ରମରୁ ଅନ୍ତେବାସୀଙ୍କୁ ନେଇ ନିଜ ଘରେ କାର୍ଯ୍ୟରେ ଲଗାନ୍ତି। ତେବେ ପୂର୍ବରୁ ବିଧାୟିକା ନନ୍ଦିନୀ ଦେବୀ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ଗତ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ନଯାଇ ରିଲିଫ ସାମଗ୍ରୀ ଗୁଡ଼ିକୁ ନିଜ ଘରେ ରଖିଥିବା ଅଭିଯୋଗ ହୋଇଥିଲା।

 



from Odisha Reporter https://ift.tt/2tXNZAz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages