
ଚେନ୍ନାଇ: ଅଭିନେତାରୁ ରାଜନୀତିରେ ପାଦ ଥାପିଥିବା ତାମିଲ ସୁପରଷ୍ଟାର କମଲ ହାସନ୍ଙ୍କୁ ସାଧାରଣ ନିର୍ବାଚନ ପାଇଁ ବ୍ୟାଟେରୀ ଟର୍ଚ୍ଚ ଚିହ୍ନ ମିଳିଛି। ଆସନ୍ତା ସାଧାରଣ ନିର୍ବାଚନରେ ଏହି ‘ଟର୍ଚ୍ଚ’ ଚିହ୍ନରେ ହିଁ କମଲଙ୍କ ଦଳ ଲଢ଼ିବ।
MNM thanks the Election commision for granting us the "Battery Torch" symbol for the forthcoming elections. So appropriate. @maiamofficial will endeavour to be the “Torch-Bearer” for a new era in TN and Indian politics.
— Kamal Haasan (@ikamalhaasan) March 10, 2019
ନିର୍ବାଚନ କମିଶନ୍ଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କମଲ ହାସନ୍ ଟର୍ଚ୍ଚ ଧରିଥିବାର ଏକ ଫଟୋ ଏବେ ତାଙ୍କ ଦଳ ‘ମକ୍କାଲ ନୀଧି ମୟମ୍’ ବା ଏମ୍ଏନ୍ଏମ୍ର ଟ୍ୱିଟର ହ୍ୟାଣ୍ଡଲରେ ସ୍ଥାନ ପାଇଛି। ସେ ସ୍ୱାଗତ କରିବା ଅବସରରେ କହିଛନ୍ତି, “ଆମ ଦଳ ତାମିଲନାଡ଼ୁ ଏବଂ ଭାରତ ରାଜନୀତିରର ନୂତନ ଯୁଗ ପାଇଁ ମଶାଲଧାରୀ ହେବାକୁ ସଂକଳ୍ପବଦ୍ଧ।”
ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ଡିଏମ୍କେ ଏବଂ ଏଆଇଏଡିମ୍କେ ଯଥାକ୍ରମେ କଂଗ୍ରେସ ଏବଂ ବିଜେପି ସହିତ ମେଣ୍ଟ କରିସାରିଥିବାବେଳେ କମଲ ହାସନ୍ଙ୍କ ଦଳ ତାମିଲନାଡ଼ୁର ସମସ୍ତ ୩୯ଟି ଲୋକସଭା ଆସନ ଏବଂ ପୁଡୁଚେରୀର ଏକମାତ୍ର ଲୋକସଭା ଆସନରେ ପ୍ରାର୍ଥୀ ଦେବ।
ଗତ ବର୍ଷ ପ୍ରତିଷ୍ଠିତ ଏହି ଦଳ ତାମିଲନାଡ଼ୁର ଏକ ଟିମ୍ ବୋଲି କୁହନ୍ତି କମଲ୍। ସେ ଦାବି କରିଛନ୍ତି ଆଗାମୀ ନିର୍ବାଚନରେ ଏହା ତାମିଲ ଜନତାଙ୍କ ସମର୍ଥନ ପାଇବାରେ ସଫଳ ହେବ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଶାସକ ଦଳ ଏଆଇଏଡିଏମ୍କେର ନେତୃତ୍ୱ ନେଉଥିବା ଜୟ ଲଳିତା ଏବଂ ଏବଂ ଡିଏମ୍କେର ନେତୃତ୍ୱ ନେଉଥିବା କରୁଣାନିଧିଙ୍କ ମୃତ୍ୟୁ ପରେ ଏହା ପ୍ରଥମ ନିର୍ବାଚନ।
ସୂଚନାଯୋଗ୍ୟ ଯେ, ୩୯ଟି ନୂତନ ପଞ୍ଜୀକୃତ ଦଳଙ୍କୁ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ। ଏମ୍ଏନ୍ଏମ୍କୁ ବ୍ୟାଟେରୀ ଟର୍ଚ୍ଚ ଦିଆଯାଇଥିବା ବେଳେ ସିପିଆଇ-ଏମ୍ଏଲ୍କୁ ୩ଟି ତାରାଥିବା ପତାକା ଏବଂ ସିକ୍କିମ୍ ୟୁନାଇଟେଡ୍ ଫ୍ରଣ୍ଟକୁ ‘ଟେଲିଫୋନ୍’ ଚିହ୍ନ ଦିଆଯାଇଛି।
from Odisha Reporter https://ift.tt/2VJykAA
No comments:
Post a Comment