ହିନ୍ଦୁ ବିରୋଧୀ ବୟାନ ଦେଇ ବିଦା ହେଲେ ପାକ୍‌ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ହିନ୍ଦୁ ବିରୋଧୀ ବୟାନ ଦେଇ ବିଦା ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ: ହିନ୍ଦୁ ସଂପ୍ରଦାୟ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପାକିସ୍ତାନ ପଞ୍ଜାବ ପ୍ରଦେଶର ଜଣେ ମନ୍ତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ହିନ୍ଦୁଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ ଦେଇଥିବାରୁ ଆଜି ପଞ୍ଜାବ ପ୍ରଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଫୟଜୁଲ ହାସନ ଚୌହ୍ୱାନଙ୍କୁ ପଦରୁ ବିଦା କରାଯାଇଛି।

ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ଶ୍ରୀ ଚୌହ୍ୱାନ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ସଂଗଠନ ଓ ରାଜନେତା ଦାବି କରିଥିଲେ। ଶେଷରେ ସେ ଆଜି ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି।

ତାଙ୍କ ଇସ୍ତଫା ପତ୍ରକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଗ୍ରହଣ କରିଛନ୍ତି। ପାକିସ୍ତାନ ତେହେରିକ –ଏ-ଇନସାଫ୍‌(ପିଟିଆଇ)ର ଏହି ସଦସ୍ୟ ଶୁକ୍ରବାର ହିନ୍ଦୁଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ ଦେଇଥିଲେ। ଏଭଳି ମନ୍ତବ୍ୟକୁ ପାକ୍‌ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ମଧ୍ୟ ନିନ୍ଦା କରିଥିଲେ।



from Odisha Reporter https://ift.tt/2UlaMlx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages