ପାକିସ୍ତାନକୁ ‘୫୬ ଇଞ୍ଚ’ ଛାତିର ଭୟ, ସୀମାରେ ବଢ଼ାଇଲା ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ପାକିସ୍ତାନକୁ ‘୫୬ ଇଞ୍ଚ’ ଛାତିର ଭୟ, ସୀମାରେ ବଢ଼ାଇଲା ସୁରକ୍ଷା

ନୂଆଦିଲ୍ଲୀ: ଭାରତର ରାତିଅଧିଆ ବାଲାକୋଟ୍‌ ବଦ୍‌ଲା ପରେ ପାକିସ୍ତାନର ନିଦ ହଜିଯାଇଛି। କିଛି ବୁଝିବା ଆଗରୁ ଆତଙ୍କୀଙ୍କ କାରଖାନା କୁହାଯାଉଥିବା କ୍ୟାମ୍ପ ଗୁଡ଼ିକ ଉପରେ ଭାରତର ବୋମା ବର୍ଷଣରୁ ପାକିସ୍ତାନ ଭାରତର ଉଗ୍ର ରୂପ ଦେଖି ସାରିଛି। ଏଭଳି କୌଣସି ମୁହାଁମୁହିଁ ସ୍ଥିତି ପୁଣି ଉପୁଜିବାର ସମ୍ଭାବନା ରହିଥିବାରୁ ପାକିସ୍ତାନ ଉଭୟ ଏଲଓସି ଏବଂ ଅନ୍ତର୍ଜାତୀୟ ସୀମାରେ ଅଧିକ ସେନାଙ୍କୁ ନିୟୋଜିତ କରିଛି।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ସିଆଲକୋଟ୍‌ ସେକ୍ଟରରେ ମଧ୍ୟ ପାକିସ୍ତାନ ବହୁ ସଂଖ୍ୟାରେ ସେନା ନିୟୋଜିତ କରିସାରିଛି। ଏୟାର ଷ୍ଟ୍ରାଇକ୍‌ ପର ଦିନଠାରୁ ହିଁ ଲାହୋର ବିମାନବନ୍ଦର ସେନା ନିୟନ୍ତ୍ରଣରେ ଅଛି। ମିଳିଥିବା ସୂଚନା ଅନୁଯାୟୀ, କରାଚି-ଖୋକ୍ରାପୁର, ସିନ୍ଧ ପ୍ରଦେଶର ମିରପୁର ଖାସ୍‌-ଚୋର ଆକ୍ସିସ ଏବଂ ହାଇଦ୍ରାବାଦ-ମିରପୁର ରାସ୍ତାରେ ସାମରିକ ଅସ୍ତ୍ରଶସ୍ତ୍ର ବୋଝେଇ ହୋଇଥିବା ଗାଡ଼ି ସହିତ କିଛି ସାମରିକ ଗାଡ଼ି ଯାଆସ କରୁଥିଲା।

ଅନ୍ତର୍ଜାତୀୟ ସୀମାରେ ରାଡାର ସକ୍ରିୟ ରଖାଯାଇଥିବାବେଳେ ଯୋଗାଣ ଡିପୋଗୁଡ଼ିକ ୨୪ ଘଣ୍ଟା କାମ କରୁଛନ୍ତି। ଏପରିକି ଯୁଦ୍ଧ ବିମାନ ସବୁ ଅଭ୍ୟାସ ଆରମ୍ଭ କରି ସାଧାରଣ ରାସ୍ତାରେ ଅବତରଣ କରିବା ଭଳି ଅଭ୍ୟାସ କରୁଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ ଦିଗରେ ମଧ୍ୟ ପ୍ରଶାସନ କାମ ଆରମ୍ଭ କରିଛି।



from Odisha Reporter https://ift.tt/2IRzuJ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages