କପି-ପେଷ୍ଟ କରୁଛି କି ବିଜେଡି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

କପି-ପେଷ୍ଟ କରୁଛି କି ବିଜେଡି ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ପାଇଁ କଂଗ୍ରେସ ଓ ବିଜେପିର ଫଣ୍ଡା ଆପଣାଇଛି ବିଜେଡି । ଆସନ୍ତାକାଲି ବିଜୁ ଜୟନ୍ତୀରୁ ବିଜେଡି ଆରମ୍ଭ କରୁଛି ଘରେ ଘରେ ଶଙ୍ଖ ଅଭିଯାନ। ବିଜୁ ମହିଳା ଜନତା ଦଳ ସଦସ୍ୟ, ପ୍ରାୟ ୮୬ ଲକ୍ଷ ପରିବାରକୁ ଯାଇ ତୃଣମୂଳ ସ୍ତରରୁ ଲୋକଙ୍କ ମତାମତ ନେବେ। କ’ଣ ରହିଛି ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିବା ପରେ ପ୍ରସ୍ତୁତ ହେବ ନିର୍ବାଚନୀ ଇସ୍ତାହାର।

ତେବେ ବିଜେଡିର ଏଭଳି ଆୟୋଜନକୁ ସମାଲୋଚନା କରିଛି ବିଜେପି। କହିଛି- “ବିଜେପିର ଫର୍ମୁଲାକୁ କପି-ପେଷ୍ଟ କରିଛି ବିଜେଡି।”

୨୦୧୪ ନିର୍ବାଚନ ସମୟରେ ବିଜେଡି ଅନେକ ପ୍ରତିଶ୍ରୁତି ଦେଇଥିଲା। ହେଲେ ତାହାକୁ ସବୁ ସୂଚାରୁ ଢଙ୍ଗରେ ପୂରଣ କରିପାରି ନାହିଁ। ୧୯ ବର୍ଷ କ୍ଷମତାରେ ରହିବାପରେ ସରକାରୀ ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଛି ବିଜେଡି। ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ସବୁ ପଞ୍ଚାୟତରେ ଗୋଦାମ ଘର, ସବୁ ବ୍ଲକରେ ଶୀତଳ ଭଣ୍ଡାର, ଶିକ୍ଷାନୁଷ୍ଠାନରେ କ୍ୟାରିଅର୍ କାଉନ୍ସେଲିଂ ସେଣ୍ଟର ପ୍ରତିଷ୍ଠା ଭଳି ପ୍ରତିଶ୍ରୁତି ପୂରଣ ହୋଇନାହିଁ । ହେଲେ କେନ୍ଦ୍ରରେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନ ଥିବା କହି ପରୋକ୍ଷରେ ବିଜେପିକୁ ସାମଲୋଚନା କରିଛି ବିଜେଡି।

ବିଜେଡି-ବିଜେପି କନ୍ଦଳ ମଧ୍ୟରେ ନିଜ ରଣନୀତି ସୁଦୃଢ କରିବାରେ ଲାଗିଛି କଂଗ୍ରେସ। ଏକ ରୋଚକ ପ୍ରତିଶ୍ରୁତି ମଧ୍ୟ ଦେଇଛି ଦଳ। ନିର୍ବାଚନରେ ଜିତିଲେ ବିବାହ କିଟ୍‌ ବାଣ୍ଟିବ ବୋଲି ଦଳ କହିଛି।

ବିଜେଡିର କାର୍ଯ୍ୟକ୍ରମକୁ କପି ପେଷ୍ଟ ବୋଲି କହି ସମାଲୋଚନା କରିଛନ୍ତି ଉପସଭାପତି ସମୀର ମହାନ୍ତି।  ବିଜେପିର ଜନ ପରାମର୍ଶ ଯାତ୍ରା, ମନ୍ କେ ବାତ୍ ମୋଦି କେ ସାଥ୍ , ମୋ ଘର ବିଜେପି ପରିବାର, ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି। ଏଣୁ ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନ ଏ ସମସ୍ତ ଯୋଜନାର କପିପେଷ୍ଟ ବୋଲି ସେ କହିଛନ୍ତି।

ଏଣେ କଂଗ୍ରେସ୍ ବି ଇସ୍ତାହାର ପ୍ରସ୍ତୁତି ପୂର୍ବରୁ ଜନ ଜାଗାରଣ ଯାତ୍ରା ମାଧ୍ୟମରେ ତୃଣମୂଳ ସ୍ତରରେ ମତାମତ ସଂଗ୍ରହ କରୁଛି। କୃଷି ଋଣ ଛାଡ଼, ଧାନ ଏମ୍ଏସ୍‌ପି ୨୬ଶହ ଟଙ୍କା, ସବୁ ପରିବାରୁ ଜଣକୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ୍ ପିସିସି  ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।



from Odisha Reporter https://ift.tt/2HjSvB8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages