
ଜଳେଶ୍ୱର ( ଅଜିତ୍ ଦାସ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳ ସମାନନ୍ଦିପୁର ଗାଁରେ ପୋଡ଼ି ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରମିଳା। ସେ ସଂଧ୍ୟା ସମୟରେ ବିଦ୍ୟୁତ୍ କାଟ ବେଳେ ରୋଷେଇ କରୁଥିଲେ।
ଏତିକି ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିବା ସଂଦେହ କରାଯାଉଛି। ଚିତ୍କାର ଶୁଣି ପଡ଼ୋଶୀ ପ୍ରମିଳାଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନିଆଁ କେମିତି ଲାଗିଲା ତା’ର କାରଣ ଅସ୍ପଷ୍ଟ ରହିଛି।
from Odisha Reporter https://ift.tt/2U5IRJx
No comments:
Post a Comment