
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥ ଅଭାବରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନିଜ ଜନ୍ମକଲା ଝିଅକୁ ମାଆ ବିକ୍ରି ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ବିରୋଧ କରିବାରୁ ମହିଳାଙ୍କ ପିଲା ବିକ୍ରି ଉଦ୍ୟମ ସଫଳ ହୋଇପାରିନଥିଲା। ଖବର ପାଇ ଚାଇଲଡ୍ ଲାଇନ୍ ଅଧିକାରୀ ମେଡିକାଲରେ ପହଞ୍ଚି ମାଆ ଓ ଛୁଆଙ୍କୁ ଉଦ୍ଧାର କରିଛନ୍ତି।
ମହିଳାଙ୍କ ସ୍ୱାମୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ଏପରି କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କ ଘର ନୟାଗଡ଼ ଜିଲ୍ଲାରେ। କିଛିଦିନ ହେବ ସେମାନେ ଭୁବନେଶ୍ୱର ଆସି ଏକ ଭଡ଼ା ଘରେ ରହୁଥିଲେ। ଘର ଭଡ଼ା ଦେଇନପାରିବାରୁ ଏହିପରି ଯୋଜନା କରିଥିବା ଅଭିଯୋଗ ହେଉଛି। ଏଥିରେ CWC ହସ୍ତକ୍ଷେପ କରିବା ସହ ଶିଶୁ କନ୍ୟାଟିକୁ ଖଣ୍ଡଗିରି କୋଳଥିଆସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ରଖିବାକୁ ନିଷ୍ପତ୍ତି ହୋଇଛି।
ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି-“ନିଜ ଛୁଆକୁ ତା’ର ମାଆ ଜଣେ କିନ୍ନରକୁ ବିକିବା ପାଇଁ ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ଏନେଇ ଚାଇଲଡ୍ ଲାଇନ୍ କର୍ମକର୍ତ୍ତାଙ୍କୁ ଫୋନ୍ କରିଥିଲେ। ଚାଇଲଡ୍ ଲାଇନ୍ କର୍ମକର୍ତ୍ତା ମେଡ଼ିକାଲ୍ରେ ପହଞ୍ଚି ଛୁଆକୁ ଉଦ୍ଧାର କରିଛନ୍ତି।”
from Odisha Reporter https://ift.tt/2JvhZyu
No comments:
Post a Comment