ଆତଙ୍କବାଦୀ କବଳରୁ ବର୍ତ୍ତିଲେ ୨ ସାଧାରଣ ନାଗରିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଆତଙ୍କବାଦୀ କବଳରୁ ବର୍ତ୍ତିଲେ ୨ ସାଧାରଣ ନାଗରିକ

ଶ୍ରୀନଗର: ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର ହେଲେ ହଜିନ ଓ ବାନ୍ଦିପୋର ଅଞ୍ଚଳର ୨ ସାଧାରଣ ନାଗରିକ। ସେନା ସହିତ ଗୁଳିବର୍ଷଣ ଚାଲିଥିବାବେଳେ ଆତଙ୍କବାଦୀ ଏହି ଦୁଇ ନାଗରିକଙ୍କୁ ଅପହରଣ କରିନେଇ ଯାଇଥିବା ସୂଚନା ମିଳିଥିଲା। ପରେ ସେନାର ବାରମ୍ବାର ଲଗାତାର ଗ୍ରେନେଡ ମାଡ଼ ହେବାପରେ ସେହି ଦୁଇ ନାଗରିକଙ୍କୁ ଛାଡ଼ିଦେଇ ୩ ଜଣ ଆତଙ୍କବାଦୀ ଚମ୍ପଟ ମାରିଥିବା ଜଣାପଡ଼ିଛି।

ଗୁଳି ବିନିମୟ ବେଳେ ଜଣେ ପୋଲିସ କର୍ମୀ, ଜଣେ ଏସଏଚଓ ଏବଂ ୩ ଯବାନ ଆହତ ହୋଇଛନ୍ତି। ଏବେ ଯବାନଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତେବେ ରାଜୌରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଭାରତ ତା’ର କଡ଼ା ଜବାବ ଦେଇଥିଲା। ଏଥିରେ ରାଇଫଲମ୍ୟାନ ୟଶ ପଲ ସହିଦ ହୋଇଥିବା ଜଣାପଡ଼ିଛି। ସେହିପରି ସୋମବାର ରାଇଫଲ ମ୍ୟାନ କରମଜିତ ସିଂହ ସେହି ସ୍ଥାନରେ ସହିଦ ହୋଇଥିଲେ।

ସୂଚନାଯୋଗ୍ୟ, ଫେବୃଆରୀ ୨୬ରେ ଭାରତ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିବା ପରଠାରୁ ୨୩ ଦିନ ମଧ୍ୟରେ ପାକିସ୍ତାନ ୧୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2FtcxIh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages