ବିଜେପି କ୍ୟାମ୍ପକୁ ବିଜୟଙ୍କ ପ୍ରତ୍ୟାବର୍ତ୍ତନ ପରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ବିଜେପି କ୍ୟାମ୍ପକୁ ବିଜୟଙ୍କ ପ୍ରତ୍ୟାବର୍ତ୍ତନ ପରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେପିକୁ ଫେରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳରୁ ଇସ୍ତଫା ଦେବାର ପ୍ରାୟ ୪ ମାସ ପରେ ବିଜୟଙ୍କ ମାନଭଞ୍ଜନ କରି ତାଙ୍କୁ ପୁଣି ଦଳକୁ ଆଣିଛି ବିଜେପି। ଏଥର ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜୟ। ତେବେ ଦଳ ତାଙ୍କୁ ପାଟକୁରା କିମ୍ବା ମହାକାଳପଡ଼ାରୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ, ଗୋଟିଏ ଇସ୍ତଫା ପତ୍ରରେ ବିଜୟ ଓ ଦିଲୀପ ରାୟ ଦସ୍ତଖତ କରିଥିଲେ। ଏବେ ବିଜୟ ଫେରି ଥିବାରୁ ଦିଲୀପଙ୍କ ପଦକ୍ଷେପ କ’ଣ ହେବ, ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଦିଲୀପଙ୍କୁ ନେଇ ବିଜୟ କହିଛନ୍ତି, “ସେ ରାଜ୍ୟ ବାହାରେ ଅଛନ୍ତି, ଆସିଲେ ନିଷ୍ପତ୍ତି ନେବେ।”

ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ବିଜୟଙ୍କ ମାନଭଞ୍ଜନ ପାଇଁ ତାଙ୍କ ଘରେ ପହଁଞ୍ଚି ଥିଲେ ବିଜେପି ପ୍ରଭାରୀ ଅରୁଣ ସିଂ। ତାଙ୍କ ପୂର୍ବରୁ ବିଜୟଙ୍କ ବାସଭବନରେ ପହଞ୍ଚି ସାରିଥିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଘର ଭିତରେ ତିନି ନେତା ଆଲୋଚନା କରିବା ପରେ ପଦାକୁ ଆସି ପୂର୍ବ କଥା ଭୁଲି ରାଜ୍ୟ ସରକାର ପରିବର୍ତ୍ତନର ଅଭିଯାନରେ ସାମିଲ ହେବା କଥା କହିଥିଲେ ବିଜୟ। ଦଳକୁ ବାହୁଡ଼ିବା ପରେ ବିଜୟ, ନିର୍ବାଚନୀ ପ୍ରଚାର ପାଇଁ ବିଜେପି ପ୍ରସ୍ତୁତ କରିଥିବା ପୋଷ୍ଟର ଓ ଭିଡିଓ ଗୀତର ଶୁଭାରମ୍ଭ ଉତ୍ସବରେ ଯୋଗଦେଇଥିଲେ।

ନଭେମ୍ବର ୩୦ରେ ଦଳ ଉପରେ ଅଭିମାନ କରି ବିଜେପିରୁ ଇସ୍ତଫା ଦେଇଥିଲେ ବିଜୟ ମହାପାତ୍ର। ତେବେ ସେତେବେଳେ ଗୋଟିଏ ଇସ୍ତଫା ପତ୍ର ଦିଲୀପ ରାୟଙ୍କ ମିଶି ପଠାଇଥିଲେ।

ପ୍ରଥମେ ବୈଜୟନ୍ତ ପଣ୍ଡା, ପରେ ଡାକ୍ତର ଦାମୋଦର ରାଉତ ଓ ତା’ ପରେ ଦଳକୁ ବାହୁଡ଼ି ଥିଲେ ଖାରବେଳ ସ୍ୱାଇଁ। ଏବେ ବିଜୟ ମହାପାତ୍ର ଫେରିବା ପରେ ନବୀନ ବିରୋଧୀ ଏହି ୪ ହେଭିୱେଟ୍‌ଙ୍କୁ ନେଇ ବିଜେପି କ୍ୟାମ୍ପ ଉତ୍ସାହିତ ଅଛି। ବିଜୟଙ୍କୁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚାହୁଁଛି। ସମ୍ଭବତଃ ପୂର୍ବଥର ଲଢିଥିବା ମହାକାଳପଡା କିମ୍ବା ପାଟକୁରା ବିଧାନସଭା ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ। ଏହାସହ ପ୍ରଚାର କମିଟିରେ ବି ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇପାରେ ବୋଲି କୁହାଯାଉଛି।

ସେପଟେ ବିଜୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବିଜେଡି ବିଧାୟକ ତଥା ବିଜୟଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଅତନୁ ସବ୍ୟସାଚୀ ନାୟକ ବି ପ୍ରତିକ୍ରିୟା ରଖିଛନ୍ତି।

୨୦୧୪ ମସିହା ନିର୍ବାଚନ ସହ କନ୍ଧମାଳ ଉପନିର୍ବାଚନରେ କ୍ୟାମ୍ପେନ କମିଟିର ମଙ୍ଗ ଧରିଥିଲେ ବିଜୟ। ତେବେ ୨୦୧୬ ମସିହାରେ ବାଲେଶ୍ୱରରେ ମୋଦିଙ୍କ ବିକାଶ ସମାବେଶରେ କହିବାର ସୁଯୋଗ ନ ମିଳିବାରୁ ବିଜୟ ଅଭିମାନ କରିଥିଲେ। ୨୦୧୭ ମସିହାରେ ଭୁବନେଶ୍ୱରରେ ଆୟୋଜିତ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯଦିଓ ସେ ଯୋଗ ଦେଇଥିଲେ ପରେ କିନ୍ତୁ ଅନ୍ୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳି ନଥିଲା। ଏବେ ବିଜେପିକୁ ବାହୁଡ଼ିବା ପରେ କେନ୍ଦ୍ରାପଡ଼ା ରାଜନୀତିରେ ଜୟବିଜୟ କିଭଳି ପରିବର୍ତ୍ତନ ଆଣୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/2FHfWmP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages