ହନି ପୋଷ୍ଟରେ ସ୍ଥାନ ପାଇଲା ଓଡ଼ିଆ କୋଚ୍ ଅର୍ପିତାଙ୍କ ସଂଘର୍ଷର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ହନି ପୋଷ୍ଟରେ ସ୍ଥାନ ପାଇଲା ଓଡ଼ିଆ କୋଚ୍ ଅର୍ପିତାଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ: ଓଡ଼ିଶାରେ କ୍ରୀଡ଼ା ପ୍ରତିଭାର କୌଣସି ଅଭାବ ନାହିଁ। କିନ୍ତୁ ସେହି ପ୍ରତିଭାକୁ ବିକଶିତ କରିବା ପାଇଁ ଦରକାର ଉଚିତ ମାର୍ଗଦର୍ଶନ ଓ ପ୍ରୋତ୍ସାହନ। ଭଲ ଗୁରୁଟିଏ ପାଇଲେ ଯେ କୌଣସି ପ୍ରତିଭାବାନ ବ୍ୟକ୍ତି ଶୀର୍ଷ ସ୍ତରରେ ପହଞ୍ଚିପାରେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ନିଃସ୍ୱାର୍ଥପର ଗୁରୁଙ୍କ ବିଷୟରେ କହିବୁ ଯିଏ ନିଜ ହାତରେ ଗଢ଼ିଛନ୍ତି ଶହ ଶହ କ୍ରୀଡାବିତ। ତା’ ପୁଣି ସେଇଭଳି କ୍ରୀଡ଼ାବିତ ଯେଉଁମାନେ ଦିବ୍ୟାଙ୍ଗ।

ଏମିତି ଜଣେ ମହିଳା ଗୁରୁ ହେଉଛନ୍ତି ଓଡ଼ିଆ ଝିଅ ଅର୍ପିତା ମହାପାତ୍ର, ଯିଏ ବିନା ସ୍ୱାର୍ଥରେ ଭିନ୍ନକ୍ଷମ ପିଲାଙ୍କୁ ସନ୍ତରଣ ବା ସୁଇମିଂ ତାଲିମ ଦେଇ ଆସିଛନ୍ତି। ତାଙ୍କର ଏହି ସଫଳତାର ଗାଥା ଏବେ ସାରା ବିଶ୍ୱରେ ଚର୍ଚ୍ଚିତ। ଅର୍ପିତାଙ୍କ ଜୀବନୀକୁ ‘ହ୍ୟୁମାନ୍ସ ଅଫ୍ ନ୍ୟୁୟର୍କ’ (ହନି) ତା’ର ଫେସବୁକ ପେଜରେ ପୋଷ୍ଟ କରିଛି। ନିକଟରେ ଆବୁଧାବିରେ ଶେଷ ହୋଇଥିବା ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲ୍ଡ ଗେମ୍ସରେ ଭାରତର ସ୍ପେଶାଲ ଅଲିମ୍ପିକ୍ସ କୋଚ୍ ରହିଥିବା ଅର୍ପିତା ଭିନ୍ନକ୍ଷମ ପିଲାମାନଙ୍କୁ ସ୍ୱଇଚ୍ଛାରେ ଓପନ୍ ୱାଟରରେ ସୁଇମିଂ ଶିଖାଉଛନ୍ତି। ତାଙ୍କର ଏହି ଉଦ୍ୟମ ଦ୍ୱାରା ଶତାଧିକ ଭିନ୍ନକ୍ଷମ ପିଲା ଏବେ ସକ୍ଷମ ସନ୍ତରଣକାରୀ ହୋଇପାରିଛନ୍ତି।

ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଅମାରିଆ ଗାଁର ଅର୍ପିତା ରାଜ୍ୟର ବିଭିନ୍ନ ଗାଁ ବୁଲି ଦିବ୍ୟାଙ୍ଗ ବା ଭିନ୍ନକ୍ଷମ ପିଲାମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ହାତ ବଢ଼ାଇଛନ୍ତି। ଏବେ ସେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାମ ହୋଇପାରିଛନ୍ତି। ବିଶେଷକରି ହ୍ୟୁମାନ୍ସ ଅଫ ନ୍ୟୁୟର୍ସ ପେଜରେ ତାଙ୍କ ଉତ୍ସର୍ଗୀକୃତ ଜୀବନ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କର ହଜାର ହଜାର ଲୋକ ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି। ଏହି ପୋଷ୍ଟ ସୁଇମିଂ କୋଚ୍ ଅର୍ପିତାଙ୍କ ଅସାଧାରଣ ଜୀବନଯାତ୍ରା ଉପରେ ଆଧାରିତ।

ଏହି ପୋଷ୍ଟରେ ଅର୍ପିତା ନିଜ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବିଷୟରେ କହିଛନ୍ତି। ସେ କହିଛନ୍ତି, ପିଲାଦିନେ ଯେତେବେଳେ ମୁଁ ଗାଁ ପୋଖରୀକୁ ଗାଧେଇବାକୁ ଯାଉଥିଲି, ମୋ ବାପା ମୋତେ ସୁଇମିଂ ଶିଖାଇଥିଲେ। ସ୍କୁଲ ସରିବା ପରେ ମୁଁ ସିଧା ସୁଇମିଂ କରିବାକୁ ଯାଉଥିଲି। ମୁଁ ଘଣ୍ଟା ଘଣ୍ଟା ଧରି ସୁଇମିଂ କରୁଥିଲି। ଏଥିରେ ମୋ ବାପା ମୋତେ ପୂର୍ଣ୍ଣ ସମର୍ଥନ ମଧ୍ୟ କରୁଥିଲେ। କିନ୍ତୁ ମୋ ଗାଁ ଲୋକଙ୍କ ପାରମ୍ପରିକ ଓ ରକ୍ଷଣଶୀଳ ବିଚାରଧାରା କାରଣରୁ ଯୁବତୀମାନଙ୍କୁ ପହଁରିବା ପାଇଁ ଅନୁମତି ନଥିଲା। ଏହାର ପ୍ରଭାବ ମୋ ଉପରେ ପଡ଼ିଥିଲା ଏବଂ ମୁଁ ସୁଇମିଂ କରିବା ବନ୍ଦ କରିଦେଇଥିଲି।

ବଡ଼ ହେବା ପରେ ମୁଁ ସହରମୁହାଁ ହୋଇଥିଲି। ସେଠାରେ ଏକ ପବ୍ଲିକ ସୁଇମିଂ ପୁଲ ଥିଲା, ଯେଉଁଠାରେ କୌଣସି ମହିଳା ଇନଷ୍ଟ୍ରକ୍ଟର ନଥିଲେ। ତେଣୁ ମୁଁ ସେଠାରେ ଭଲ୍ୟୁଣ୍ଟିୟର ଭାବେ କାମ କରିବାକୁ ରାଜି ହେଲି। ମୁଁ ପିଲାଙ୍କୁ ସୁଇମିଂ ଶିଖାଉଥିବା ବେଳେ ସେଠାରେ ଜଣେ ମାନସିକ ଅନଗ୍ରସର ପିଲାକୁ ଦେଖିବାକୁ ପାଇଲି। କେହିବି ତାକୁ ସୁଇମିଂ ଶିଖାଇବାକୁ ଚାହୁଁନଥିଲେ। ବିଶେଷକରି ସେଠାକାର ପୁରୁଷ କୋଚମାନେ ସେହି ପିଲାକୁ ଭୟ କରୁଥିଲେ।

କିନ୍ତୁ ମୋ ମତରେ ସେହି ପିଲାଟି କୌତୁକିଆ ଥିଲା ଏବଂ ମୁଁ ତା’ ସହ ମିଶିବା ଆରମ୍ଭ କଲି। ଧିରେ ଧିରେ ମୁଁ ତା’ର ନିକଟତର ହେଲି। ମୁଁ ତା’ ଗୋଡ଼ ଧରି ତାକୁ ପାଣିରେ ପହଁରିବା ଶିଖାଇଲି ଏବଂ ନିଶ୍ୱାସ ଓ ପ୍ରଶ୍ୱାସ କିପରି ନିଆଯିବ, ତାହା ମଧ୍ୟ ଶିଖାଇଲି। ସମୟ ଗଡ଼ିବା ସହ ସେ ପହଁରିବା ଶିଖିଗଲା। ଏବେ ସେ ମୋତେ ଯେଉଁଠି ବି ଦେଖିଲେ, ମୋ ପାଖକୁ ଖୁସିରେ ଦୌଡ଼ି ଆସେ। ପିଲାଟିର ଏହି ଭଲପାଇବା ଯୋଗୁ ତା’ ପ୍ରତି ମୋର ଦୁର୍ବଳତା ବଢ଼ିଯାଇଥିଲା।

ଆଉ ଏହା ପରଠାରୁ ଭିନ୍ନକ୍ଷମ ପିଲାଙ୍କୁ ସହାୟତା କରିବା ପାଇଁ ମୁଁ ଆଗେଇ ଆସିଲି। ଏପର୍ଯ୍ୟନ୍ତ ମୁଁ ୨୦୦ରୁ ଅଧିକ ପିଲାଙ୍କୁ ସୁଇମିଂ ଶିଖାଇସାରିଛି। କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ମୋତେ ସରକାରୀ ସ୍ତରରେ କୌଣସି ସହାୟତା ମିଳିପାରି ନାହିଁ। କେହିବି ସେହି ପିଲାମାନଙ୍କୁ ଦେଖିବାକୁ ଆସୁନାହାନ୍ତି। ଏହି କାରଣରୁ ମୁଁ ଉକ୍ତ ପିଲାମାନଙ୍କୁ ଗାଁ’ର ପୋଖରୀ ଓ ନଦୀରେ ପହଁରିବା ଶିଖାଉଛି। ନିକଟରେ ମୁଁ ମୋର ସ୍ୱତନ୍ତ୍ର ଏକାଡେମୀ ଆରମ୍ଭ କରିଛି। ଏଥିରେ କେବଳ ଭିନ୍ନକ୍ଷମ ପିଲା ହିଁ ତାଲିମ ନେଇପାରିବେ।’

ଫେସବୁକରେ ଅର୍ପିତାଙ୍କ ଏହି କାହାଣୀ ପୋଷ୍ଟ ହେବା ପରେ, ୪ହଜାର ଲୋକେ ଏହାକୁ ଶେୟାର ଏବଂ ହଜାର ହଜାର କମେଣ୍ଟସ ମଧ୍ୟ ମିଳିବାରେ ଲାଗିଛି।



from Odisha Reporter https://ift.tt/2ODnZEl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages