ପ୍ରିୟଙ୍କା କହିଲେ ମୁଁ ସବୁଠୁ ଖରାପ ସ୍ତ୍ରୀ: ନିକ୍‌ ଦେଲେ ଏମିତି ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ପ୍ରିୟଙ୍କା କହିଲେ ମୁଁ ସବୁଠୁ ଖରାପ ସ୍ତ୍ରୀ: ନିକ୍‌ ଦେଲେ ଏମିତି ଉତ୍ତର

ମୁମ୍ବାଇ: ନିକଟରେ ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ସ୍ୱାମୀ ନିକ୍‌ ଜୋନସ୍‌ ଏକ ଦାମୀ କାର୍‌ ଗିଫ୍ଟ କରିଥିଲେ। ଯାହାର ଫଟୋ ପ୍ରିୟଙ୍କା ସୋଶାଲ୍‌ ମିଡିଆରେ ଶେଆର କରି ନିକ୍‌ଙ୍କୁ ଦୁନିଆର ସବୁଠୁ ଭଲ ସ୍ୱାମୀ କହିଥିଲେ। ଏବେ ପ୍ରିୟଙ୍କାଙ୍କୁ ନିକ୍‌ ଆଉ ଏକ ଉପହାର ଦେଇଛନ୍ତି। ପ୍ରିୟଙ୍କାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଟୋରେ ନିକ୍‌ ହାର୍ଟ ସିମ୍ବଲ୍‌ ଦେଇ ପ୍ରିୟଙ୍କାଙ୍କ ହୃଦୟ ଜିତି ନେଇଛନ୍ତି। ସେପଟେ ଦେଶୀ ଗର୍ଲ ନିକ୍‌ଙ୍କୁ ନେଇ କିଛି ଖୁଲାସା କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ନିଜେ ଜଣେ ଭଲ ସ୍ତ୍ରୀ ନୁହନ୍ତି ବୋଲି କହିଛନ୍ତି।

 ପ୍ରିୟଙ୍କା ଚୋପ୍ରା ଏବିସି ଚାଟ୍‌ ଶୋ ‘ଦ ଭ୍ୟୁ’ରେ ନିକ୍‌ ଜୋନସ୍‌ଙ୍କ ସହ ବିବାହ ଏବଂ ମ୍ୟୁଜିକ୍‌ ଭିଡିଓ ‘ସକର’ ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ସେ ଖାଇବା ତିଆରି କରିପାରନ୍ତି ନାହିଁ ବୋଲି କହିଥିଲେ। ଯେତେବେଳେ ନିକ୍‌ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେ ସେତେବେଳେ ତାଙ୍କୁ ଏକଥା ଜଣାଇଥିଲେ।

ନିକ୍‌ଙ୍କ ମାଆ ଭଲ ରୋଷେଇ କରନ୍ତି। ହେଲେ ସେ ବିବାହ କରିବାକୁ ଯାଉଥିବା ଯୁବତୀ କେବଳ ଅମ୍‌ଲେଟ୍‌ ତିଆରି କରିପାରନ୍ତି ବୋଲି ପ୍ରିୟଙ୍କା ନିକ୍‌ଙ୍କୁ କହିଥିଲେ। ନିକ୍‌ଙ୍କ ମାଆଙ୍କ ପରି ସେ ବିଲ୍‌କୁଲ୍‌ ହୋଇପାରିବେ ନାହିଁ ବୋଲି  ପ୍ରିୟଙ୍କା ତାଙ୍କ ଭାବି ସ୍ୱାମୀଙ୍କୁ ଜଣାଇଥିଲେ।

ଏକଥା ଶୁଣିବା ପରେ ନିକ୍‌ ମଧ୍ୟ ପ୍ରିୟଙ୍କାଙ୍କୁ ଏକ ସୁନ୍ଦର ରିପ୍ଲାଏ ଦେଇଥିଲେ। ସେ କହିଥିଲେ, କିଛି ଅସୁବିଧା ନାହିଁ, ମୁଁ ମଧ୍ୟ ଖାଇବା ତିଆରି କରିବା ଜାଣିନି।



from Odisha Reporter https://ift.tt/2ukViSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages