ଭାରତ ଆସିବେ ନିରବ୍‌ ମୋଦି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଭାରତ ଆସିବେ ନିରବ୍‌ ମୋଦି!

ନୂଆଦିଲ୍ଲୀ: ବହୁ ଦିନ ଧରି ଲୁଚକାଳି ଖେଳ ଏବଂ କଳ୍ପନାଜଳ୍ପନା ପରେ ଲଣ୍ଡନରେ ଗିରଫ ହୋଇ ଜେଲ୍‌ରେ ଥିବା କୁଖ୍ୟାତ ହୀରା ବ୍ୟବସାୟୀ ନିରବ୍‌ ମୋଦିଙ୍କୁ ଭାରତ ଆଣିବାକୁ ଆରମ୍ଭ ହୋଇଛି କସରତ୍। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ମିଳିତ ଭାବରେ ତାଙ୍କୁ ଏବଂ ତାଙ୍କ ସହଯୋଗୀ ମାମୁ ମେହୁଲ ଚୋକ୍‌ସିଙ୍କୁ ପ୍ରତ୍ୟର୍ପଣ କରିବା ପ୍ରୟାସରେ ଲାଗିଛନ୍ତି। ଏହି ଦୁଇ ଜଣ ୧୩୫୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତି ମାମଲାର ଅଭିଯୁକ୍ତ।

ବୁଧବାର ଲଣ୍ଡନରେ ଗିରଫ ହୋଇଥିବା ନିରବଙ୍କ ବିରୋଧରେ ପ୍ରତ୍ୟର୍ପଣ କରିବାକୁ ସେହିଦିନ ହିଁ ପ୍ରୟାସ ଆରମ୍ଭ ହୋଇସାରିଛି। ସେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସେ ସମ୍ପୃକ୍ତ ଥିବା ଦୁର୍ନୀତିର ପରିମାଣ ଏଥିପାଇଁ ଅଡ଼ୁଆ ହୋଇଥିଲା। ଏପରିକି ଏକ ଭାରତୀୟ ଟିମ୍‌ ଆବଶ୍ୟକୀୟ କାଗଜପତ୍ର ସହିତ ସେଠାରେ ଉପସ୍ଥିତ ଅଛି। ଆବଶ୍ୟକତା ସ୍ଥଳେ ଏକ ଇଡି ଟିମ୍‌ ମଧ୍ୟ ସେଠାରେ ପହଞ୍ଚିବାର ଯୋଜନା ରହିଛି। ସେହିଭଳି ବର୍ତ୍ତମାନ ଆଣ୍ଟିଗୁଆରେ ଥିବା ମେହୁଲଙ୍କ ପ୍ରତ୍ୟର୍ପଣ ପାଇଁ ମଧ୍ୟ ସମାନ୍ତରାଳ ଭାବେ ପ୍ରୟାସ ଚାଲିଛି।

ଏଥିସହିତ ପିଏନ୍‌ବି ସହିଥିବା କ୍ଷତିର ଭରଣା ପାଇଁ ପ୍ରୟାସ ମଧ୍ୟ ଚାଲୁ ରହିଛି, ଯାହାକି ପଳାତକ ଅର୍ଥନୀତିକ ଅପରାଧୀଙ୍କୁ କଡ଼ା ଜବାବ ଦେବ କୁହାଯାଉଛି। ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ନିରବ ମୋଦିଙ୍କ ୧୧ଟି ବିଳାସମୟ ଗାଡ଼ିର ନିଲାମ ପାଇଁ ଇଡିକୁ ଅନୁମତି ଦେଇସାରିଛନ୍ତି। ଏଥିରେ ରୋଲ ରୟସ୍, ପୋର୍ସ୍ଚେ ଏବଂ ମର୍ସଡିଜ୍‌ ବେଞ୍ଜ ଆଦି ମଧ୍ୟ ରହିଛି। ନିରବ ମୋଦିଙ୍କ ପାଖରେ ଥିବା ୬୮ଟି ଦାମୀ ପେଣ୍ଟିଂ ମଧ୍ୟ ନିଲାମ ହେବାର ଅଛି।

ଏତଦ୍‌ବ୍ୟତୀତ ନିରବଙ୍କ ପତ୍ନୀ ଆମୀ ମୋଦିଙ୍କ ନାମରେ ମଧ୍ୟ ଜାମିନ୍ ବିହୀନ ଗିରଫ ପରୱାନା ଜାରି କରିଛି ଇଡି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୧୩୫୦୦ କୋଟିରୁ ନିରବ ଏବଂ ମେହୁଲଙ୍କ ଅନୁପାତ ୬୦:୪୦। ଅର୍ଥାତ ନିରବଙ୍କ ଗିରଫଦାରୀ ଏକ ବଡ଼ ସଫଳତା। ଏହା ଫଳରେ ଜନସାଧାରଣଙ୍କ ଟଙ୍କା ଚଳୁ କରି ବିଦେଶ ଚାଲିଯିବା ଯୋଜନାରେ ଥିବା ଅପରାଧୀଙ୍କୁ ଝଟ୍‌କା ଲାଗିବ।

ତେବ ଏହି ଗିରଫଦାରୀକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇସାରିଲାଣି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ପ୍ରସଙ୍ଗରେ କହିଛନ୍ତି, “ତୁମେ ପଳାଇଯାପାର, କିନ୍ତୁ ଦେଶର ଚୌକିଦାରଠାରୁ ଲୁଚିଯାଇପାରିବ ନାହିଁ। ବିଜୟ ମାଲ୍ୟାଙ୍କ ପରେ ନିରବ ମୋଦି କାଠ ଗଡ଼ାକୁ ଆସିବା ପ୍ରମାଣ କରୁଛି, ଏହା ହେଉଛି ସେହି ଭାରତ ଯେଉଁଠି ଅର୍ଥନୀତିକ ଅପରାଧୀ ଖସିଯାଇପାରିବେନି।”

ଅନ୍ୟପକ୍ଷରେ ୧୩୫୦୦ କୋଟି ସହିତ ନିରବ-ମାଲ୍ୟା ଯୋଡ଼ି ଓ ୯ ହଜାର କୋଟି ସହ ମାଲ୍ୟା ଭାରତ ଛାଡ଼ି ଚାଲିଯିବା ପରେ ବିଜେପି କଡ଼ା ସମାଲୋଚନାର ଶିକାର ହୋଇଥିବାବେଳେ ବର୍ତ୍ତମାନ ନିରବଙ୍କ ଗିରଫଦାରୀ ଏହି ପ୍ରସଙ୍ଗକୁ ରୋଚକ କରିଛି। ଆଉ ଏହା ସେତେବେଳେ ଘଟିଛି ଯାହାର କିଛି ଦିନ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମୈଁ ଭି ଚୌକିଦାର ହୁଁ’ ଲଞ୍ଚ କରିଛନ୍ତି। ତେଣୁ ଏପ୍ରିଲ-ମେ’ର ରାଜନୀତି ତାତି ପାଇଁ ନିରବ ମୋଦି ପ୍ରସଙ୍ଗ ଇନ୍ଧନ ପରି ହୋଇଛି।



from Odisha Reporter https://ift.tt/2FjfxWt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages