ବିଡିଏ ଅଧ୍ୟକ୍ଷ ହେଲେ ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ବିଡିଏ ଅଧ୍ୟକ୍ଷ ହେଲେ ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ମେୟର ଅନନ୍ତ ନାରାୟଣ ଜନାଙ୍କୁ ମିଳିଛି ବିଡିଏ ଅଧ୍ୟକ୍ଷ ଦାୟିତ୍ୱ। ପୂର୍ବରୁ ୨ ପାଳି ଭୁବନେଶ୍ୱର ମେୟର ଦାୟିତ୍ୱରେ ରହିଥିବା ଜେନାଙ୍କ କାର୍ଯ୍ୟକାଳ ସମୟରେ ସ୍ମାର୍ଟ ସିଟି ଭୁବନେଶ୍ୱରର କଳେବର ପରିବର୍ତ୍ତନ ହୋଇଥିଲା। ୱାର୍ଡ ସମ୍ପ୍ରସାରଣ ଓ ଅନେକ ଅଧୁନିକୀକରଣ କାର୍ଯ୍ୟ ହୋଇଥିଲା। ତେବେ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ତାଙ୍କୁ ଏଭଳି ଥଇଥାନା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। କାରଣ ସାଧାରଣତଃ ବିଡିଏ ଅଧ୍ୟକ୍ଷ ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ୱ ତୁଲାଇଥାନ୍ତି।

ବିଜେଡିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଶ୍ରୀ ଜେନାଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଭୁବନେଶ୍ୱର କେନ୍ଦ୍ରୀୟ ଓ ଭୁବନେଶ୍ୱର ଉତ୍ତର ଆସନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରୁଥିବାରୁ ସଂଗଠନରେ ସନ୍ତୁଳନ ରକ୍ଷା ପାଇଁ ବିଜେଡି ଜେନାଙ୍କୁ ପ୍ରାର୍ଥୀ ନ କରିବା ପାଇଁ ନିଷ୍ପତ୍ତି ନେଇଛି। ଶ୍ରୀ ଜେନା ନିଜର ଅନୁଗତ ଯୁବନେତା ଚିନ୍ମୟ ସାହୁଙ୍କୁ ପ୍ରୋତ୍ସାହନ ଯୋଗାଇ ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀରେ ସମାନ୍ତରାଳ ଦଳୀୟ କାର୍ଯ୍ୟକ୍ରମ ମାନ କରୁଥିଲେ।

ଜେନା ଯେ, କେବଳ ଭଲ କାମ ପାଇଁ ଚର୍ଚ୍ଚାରେ ଥିଲେ ତାହା କୁହାଯାଇପାରିବ ନାହିଁ। କାରଣ ମେୟର ଥିବା ସମୟରେ ତାଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆସିଥିଲା। ଏକ ବ୍ଲୁ ସି କେଳେଙ୍କାରୀରେ ତାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କ ରାଜନୈତିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଏପରିକି ତାଙ୍କୁ ଦଳରୁ କାଢି ଦିଆଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।

ସେ ସମୟରେ ଜେନା ମୁଖ୍ୟମନ୍ତ୍ରୀ ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ସେ ତାଙ୍କୁ ଗ୍ରହଣ କରିବେ ବୋଲି କହିଥିଲେ।

ପରବର୍ତ୍ତି ସମୟରେ ବିଏମ୍‌ସିର କାର୍ଯ୍ୟକାଳ ସରିଥିଲା ।

ତେବେ ନିର୍ବାଚନ ପୂର୍ବରୁ ଜେନାଙ୍କୁ ବିଧାୟକ ଟିକେଟ୍‌ ମିଳିବା ନେଇ ମଧ୍ୟ ଆଲୋଚନା ହେଉଥିବା ବେଳେ ସେଥିରେ ଆପାତତଃ ପୁର୍ଣ୍ଣଛେଦ ପଡ଼ିଛି ବୋଲି କୁହାଯାଇପାରେ।



from Odisha Reporter https://ift.tt/2HaN8Fx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages