
ନୂଆଦିଲ୍ଲୀ: ଫେସ୍ବୁକ୍ ବିଜ୍ଞାପନରେ ଫେବୃଆରୀ ମାସରେ ଖର୍ଚ୍ଚ ହୋଇଛି ସାଢେ ୪ କୋଟି ଟଙ୍କା। ଏହାର ଅଧାରୁ ଅଧିକ ଟଙ୍କା କେନ୍ଦ୍ରରେ କ୍ଷମତାଶୀନ ବିଜେପି ଏବଂ ଏହାର ସମର୍ଥକମାନେ ଖର୍ଚ୍ଚ କରିଛନ୍ତି। ଫେସ୍ବୁକ୍ ଆଡଭର୍ଟାଇଜ୍ମେଣ୍ଟ ଆର୍କାଇଭ୍ ରିପୋର୍ଟରୁ ଏହି ତଥ୍ୟ ମିଳିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛନ୍ତି।
କେବଳ ଫେବୃଆରୀ ମାସରେ ବିଜେପିର ସମର୍ଥକଙ୍କ ଦ୍ୱାରା ପରିଚାଳିତ ‘ଭାରତ କେ ମନ୍ କୀ ବାତ୍’ ଫେସ୍ବୁକ୍ ପେଜ୍ରେ ପୋଷ୍ଟ ପ୍ରମୋଶନ୍ ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
ସମାନ ମାସରେ ଆଞ୍ଚଳିକ ଦଳଗୁଡ଼ିକ ଫେସ୍ବୁକ୍ ବିଜ୍ଞାପନରେ ମୋଟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କଂଗ୍ରେସ ଏବଂ ତାଙ୍କର ସମର୍ଥକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ଆଞ୍ଚଳିକ ଦଳଙ୍କ ମଧ୍ୟରେ ପ୍ରଥମରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡ଼ି), ଦ୍ୱିତୀୟରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ୱାଇଏସଆର କଂଗ୍ରେସ ଫେସ୍ବୁକ୍ରେ ବିଜ୍ଞାପନରେ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଫେସ୍ବୁକ୍ ମଧ୍ୟ ବିଜ୍ଞାପନ ନିୟମରେ ପରିବର୍ତ୍ତନ କରିଛି। ଯିଏ ବି ଭାରତରେ ଫେସ୍ବୁକ୍ରେ ରାଜନୈତିକ ବିଜ୍ଞାପନ ଦେବ ପରିଚୟ ପତ୍ର, କିଏ କେଉଁ ଉଦ୍ଦେଶ୍ୟରେ ବିଜ୍ଞାପନ ଦେଉଛି ଲେଖିବାକୁ ପଡିବ ବୋଲି ସୋଶାଲ ମିଡିଆ କମ୍ପାନୀ ଫେସବୁକ ନିୟମ କରିଛି। ଏମିତିକି ଯେଉଁ ଦଳ ବିଜ୍ଞାପନ ଦେଉଛି କିନ୍ତୁ ଆବଶ୍ୟକ ତଥ୍ୟ ଦେଉ ନାହିଁ ତାହେଲେ ଫେସ୍ବୁକ୍ ମଧ୍ୟ ସୂଚାଇ ଦେଉଛି କି ଉକ୍ତ ବିଜ୍ଞାପନଦାତା କୌଣସି ତଥ୍ୟ ଦେଇ ନାହାନ୍ତି।
from Odisha Reporter https://ift.tt/2NLRfrO
No comments:
Post a Comment