ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ମୃତ

bike

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଚମ୍ପାଯୋଡ଼ି ଗାଁ ନିକଟରେ।

ମୃତକମାନେ ହେଲେ ଗୋବିନ୍ଦ ମାଝି ଓ ପରିକ୍ଷିତ ନାୟକ। ଏଥିରେ ଜଣେ ଗୁରୁତର ଭାବେ ଆହତ ବି ହୋଇଛନ୍ତି। ତାଙ୍କ ନାଁ ଲମ୍ବ ନାୟକ। ତାଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

bike1ଗୋବିନ୍ଦଙ୍କ ଘର ଲିଙ୍ଗଡ଼ା ଗାଁରେ ହୋଇଥିବା ବେଳେ ପରିକ୍ଷିତଙ୍କ ଘର ସାନମାଟିକଣା ଗାଁରେ।

ଗୋବିନ୍ଦ ତାଙ୍କର ଆଉ ଦୁଇ ଜଣ ସାଙ୍ଗଙ୍କ ସହିତ କାଶୀପୁର ଯାଉଥିଲେ। ଅନ୍ୟପକ୍ଷରେ ପରିକ୍ଷିତ ଓ ଲମ୍ବ କାଶୀପୁରରୁ ସାନମାଟିକଈ ଫେରୁଥିଲେ। ଏହି ସମୟରେ ଚମ୍ପାଯୋଡ଼ି ନିକଟରେ ସେମାନଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଗୋବିନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପରିକ୍ଷିତଙ୍କୁ କାଶୀପୁର ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2FcluWq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages