
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପଚରାଉଚରା ପ୍ରକ୍ରିୟା ସରିବା ପରେ ତାଙ୍କୁ ‘ଅସୁସ୍ଥତା ଜନିତ ଛୁଟି’ରେ ଯିବା ପାଇଁ କୁହାଯାଇଛି। ସେ ବର୍ତ୍ତମାନ ଚିକିତ୍ସାଧୀନ ଥିବା ସ୍ୱତନ୍ତ୍ର ହସ୍ପିଟାଲର ଡାକ୍ତରମାନଙ୍କ ଉପଦେଶରେ ଦିଆଯାଇଥିବା ଏହି ଛୁଟି ଅବଧି ୩ ସପ୍ତାହ ଯାଏ ବଢ଼ାଯିବାର ଅଛି।
ତାଙ୍କୁ ପଚରାଉଚରା କରାଯିବା ସମୟରେ ସେ ଶତ୍ରୁ କ୍ୟାମ୍ପରେ ବନ୍ଦୀ ଥିବା ସମୟର ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି ସେଠାରେ ତାଙ୍କୁ ଭୟଙ୍କର ମାନସିକ ନିର୍ଯାତନା ଦିଆଯାଉଥିଲା।
ଏହି ପାଇଲଟ ପାକିସ୍ତାନରୁ ଫେରିବା ପରେ ନିଜର ଧୈର୍ଯ୍ୟ ଏବଂ ସାହସ ପାଇଁ ସମଗ୍ର ଦେଶର ହୃଦୟ ଜିତିସାରିଛନ୍ତି। ସେ ଉଡ଼ାଉଥିବା ମିଗ୍-୨୧ ବିମାନ ପାକିସ୍ତାନର ଯୁଦ୍ଧ ବିମାନକୁ ଆକ୍ରମଣ କରିବା ସମୟରେ ଏଲ୍ଓସି ସେପଟେ ଖସିପଡ଼ିବାରୁ ପାକିସ୍ତାନ ତାଙ୍କୁ ଧରିନେଇଥିଲା ଏବଂ ଜେନେଭା ଚୁକ୍ତି ଓ ଅନ୍ତର୍ଜାତୀୟ ରାଷ୍ଟ୍ରସମୂହଙ୍କ ଚାପରେ ତାଙ୍କୁ ଛାଡ଼ି ଦେଇଥିଲା।
from Odisha Reporter https://ift.tt/2O1TLdN
No comments:
Post a Comment