ପିସିବିକୁ ଝଟକା: ବିସିସିଆଇକୁ ଦେଲା ୧୧କୋଟି ଟଙ୍କାର କ୍ଷତିପୂରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ପିସିବିକୁ ଝଟକା: ବିସିସିଆଇକୁ ଦେଲା ୧୧କୋଟି ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଗତ ବର୍ଷ ବିସିସିଆଇ ବିରୋଧରେ ଆଇସିସିର ବିବାଦ ସମାଧାନ ସମିତି ନିକଟରେ ପ୍ରାୟ ୭କୋଟି ଆମେରିକୀୟ ଡଲାର ବା ପାଖାପାଖି ୫୦୦ କୋଟି ଟଙ୍କାର କ୍ଷତିପୂରଣ ଦାବିରେ ଏକ ମାମଲା ଦାୟର କରିଥିଲା, ଯେଉଁଥିରେ ପିସିବିକୁ ପରାଜିତ ହେବାକୁ ପଡ଼ିଛି। ଫଳସ୍ୱରୂପ ପିସିବି ବିସିସିଆଇକୁ ୧୬ ଲକ୍ଷ ଡଲାର ଅର୍ଥାତ ୧୧ କୋଟି ଟଙ୍କା କ୍ଷତିପୂରଣ ଦେଇଛି।

ପିସିବି ଅଧ୍ୟକ୍ଷ ଏହସାନ ମନି ନିଜେ ଏହି ସୂଚନା ଦେଇଛନ୍ତି। ମନି ଆହୁରି କହିଛନ୍ତି, ଏହି ମାମଲାରେ ପିସିବି ପ୍ରାୟ ୨୨ ଲକ୍ଷ ଡଲାର ଖର୍ଚ୍ଚ କରିଥିଲା ଏବଂ ତାହା ମଧ୍ୟ ଆମକୁ ହରାଇବାକୁ ପଡ଼ିଛି। ଏହି ମାମଲାରେ ଭାରତକୁ ଦିଆଯାଇଥିବା ରାଶି ବ୍ୟତୀତ ଅନ୍ୟ ଖର୍ଚ୍ଚ ଯଥା ଆଇନଗତ ଫି’ ଏବଂ ଯାତ୍ରା ସମ୍ବନ୍ଧିତ ଖର୍ଚ୍ଚ ମଧ୍ୟ ରହିଛି। ପିସିବି ଗତବର୍ଷ ବିସିସିଆଇ ବିରୋଧରେ ବିବାଦ ସମାଧାନ ସମିତି ନିକଟରେ ପ୍ରାୟ ୭ କୋଟି ଆମେରିକୀୟ ଡଲାର କ୍ଷତିପୂରଣ ଦାବି କରି ଏକ ମାମଲା ରୁଜୁ କରିଥିଲା।

କିନ୍ତୁ ଆଇସିସି ବିସିସିସିଆଇ ସପକ୍ଷରେ ନିଜର ରାୟ ଶୁଣାଇଥିଲା । ୨୦୧୫ରୁ ୨୦୨୩ ପର୍ଯ୍ୟନ୍ତ ଭାରତକୁ ପାକିସ୍ତାନ ବିରୋଧରେ ୬ଟି ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଥିଲା, ଯେଉଁଥିରେ ବିସିସିଆଇ ଆଦୌ ରାଜି ହୋଇନଥିଲା। ପାକିସ୍ତାନ ସହ ଖେଳିବା ପାଇଁ ସରକାର ଆମକୁ ଅନୁମତି ଦେଉନଥିବା ବିସିସିଆଇ କହିଥିଲା, ଯାହାକୁ ଆଇସିସି ସମିତି ଗ୍ରହଣ କରିଥିଲା ।



from Odisha Reporter https://ift.tt/2Fgptju

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages