ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଜଣେ ମୃତ, ୪୦ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଜଣେ ମୃତ, ୪୦ ନିଖୋଜ

ଧାରୱାଡ: କର୍ଣ୍ଣାଟକାର ଧାରୱାଡରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ଏବେ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୁଲିସ୍‌ ନିୟୋଜିତ ହୋଇଛନ୍ତି। ଘଟଣାସ୍ଥଳରେ ୨୦ଟି ଆମ୍ବୁଲାନ୍ସ ରଖାଯାଇଛି।

ଆଜି ମଧ୍ୟାହ୍ନରେ ଧାରୱାଡର କୁମାରେଶ୍ୱର ନଗରଠାରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାଟି ଭୁଶୁଡ଼ିବା ବେଳେ ଏହା ମଧ୍ୟରେ ୧୫ରୁ ଅଧିକ ଶ୍ରମିକ ଓ ସାଧାରଣ ଲୋକ ରହିଥିଲେ। ଏମାନେ ସମସ୍ତେ କୋଠାର ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି।

ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଏହା ମଧ୍ୟରୁ ବାହାର କରିଥିଲେ। ତେବେ ଇତି ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ଉଦ୍ଧାରକାରୀ ଦଳ ୧୫ ଜଣ ଶ୍ରମିକଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ୩ଟି ଏକ୍ସକାଭେଟର ନିୟୋଜିତ ହୋଇଛନ୍ତି। ସେହିପରି ୩ଟି କ୍ରେନ୍‌ ଓ ୪ଟି ଜେସିବି ମେସିନ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜିଲ୍ଲାର ସମସ୍ତ ହସ୍ପିଟାଲ୍‌କୁ ଆଲର୍ଟ ରହିବାକୁ କୁହାଯାଇଛି।

ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଏହି କୋଠାର ତୃତୀୟ ମହଲାରେ କାମ ଚାଲିଥିଲା। ପ୍ରାୟ ଦୁଇ ବର୍ଷ ଧରି ଏଠାରେ କାମ ଚାଲୁଥିଲେ ହେଁ ଏହା ଏଯାଏ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ବିଲଡିଂର ଅନ୍ୟ ୨ଟି ଫ୍ଲୋରରେ ୬୦ରୁ ଅଧିକ ଦୋକାନ ରହିଥିଲା। ଦୁର୍ଘଟଣା ବେଳେ ଏଗୁଡ଼ିକ ଖୋଲା ରହିଥିଲା ଏବଂ ଲୋକଙ୍କ ଭିଡ଼ ଜମି ଥିଲା। ଏକ ଆକଳନ ଅନୁଯାୟୀ, ଆଜି ଉକ୍ତ ବିଲଡିଂରେ ୧୫୦ରୁ ଅଧିକ ଲୋକ ରହିଥିଲେ।

ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ମୁଖ୍ୟ ଶାସନ ସଚିବଙ୍କୁ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ କହିଛନ୍ତି। ସେହିପରି ଦରକାର ପଡ଼ିଲେ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2ues0p9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages