ଏବେ ପାକ୍‌ ମନ୍ତ୍ରୀ କହୁଛନ୍ତି, ମାସୁଦ ବଞ୍ଚିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଏବେ ପାକ୍‌ ମନ୍ତ୍ରୀ କହୁଛନ୍ତି, ମାସୁଦ ବଞ୍ଚିଛି

ଇସ୍‌ଲାମାବାଦ: ଭାରତରେ ଏକାଧିକ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାର ପାକିସ୍ତାନରେ ଲୁଚିଛି ଏବଂ ସେ ବଞ୍ଚିଛି। ପୂର୍ବରୁ ମାସୁଦ ସହ ପାକ୍‌ ସରକାର ଯୋଗାଯୋଗରେ ଥିବା ସ୍ୱୀକାର କରିଥିବା ବେଳେ ଏବେ ତା’ ମୃତ୍ୟୁକୁ ନେଇ ଚାଲିଥିବା ଆଲୋଚନା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି।

ମାସୁଦ ମରିନାହିଁ ଏବଂ ସେ ବଞ୍ଚିଛି ବୋଲି ଆଜି ପାକିସ୍ତାନର ମନ୍ତ୍ରୀ ଫୟାଜ ଉଲ ହାସନ ଚୌହାନ କହିଛନ୍ତି। ସେ କହିଛନ୍ତି, “ମୌଲାନା ମାସୁଦ ଆଝାର ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଛି। ହେଲେ ସେ ବଞ୍ଚିଛି। ମାସୁଦ ଏକଦମ ଠିକ୍‌ ରହିଛି। ତା’ ମୃତ୍ୟୁ ସମ୍ପର୍କରେ ଆମ ପାଖକୁ କୌଣସି ସୂଚନା ଆସିନାହିଁ। ତେଣୁ ସେ ବଞ୍ଚିଛି।”

ଗତକାଲି ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାର ପ୍ରାଣ ହରାଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ପାକିସ୍ତାନ ସରକାର ଏ ସମ୍ପର୍କରେ କିଛି କହି ନଥିଲେ। ମାସୁଦକୁ ପ୍ରଥମେ ପାକିସ୍ତାନ ସେନା ଲୁଚାଇ ଦେବା ପରେ ଏବେ ପାକ୍‌ ମନ୍ତ୍ରୀ ସେ ବଞ୍ଚିଥିବା କଥା କହିଛନ୍ତି।



from Odisha Reporter https://ift.tt/2EyNhyq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages