ମ୍ୟାଟ୍ରିକ୍‌ ପରୀକ୍ଷା OMR ଶୀଟ୍‌ ଗାଏବ ନେଇ ଥାନାରେ ଏତଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ମ୍ୟାଟ୍ରିକ୍‌ ପରୀକ୍ଷା OMR ଶୀଟ୍‌ ଗାଏବ ନେଇ ଥାନାରେ ଏତଲା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ପଡ଼ିଆର SSD ହାଇସ୍କୁଲରୁ ମ୍ୟାଟ୍ରିକ ଗଣିତ OMR ଶୀଟ୍‌ ଗାଏବ ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବିଇଓ ପଡ଼ିଆ ଥାନାରେ ଏତଲା ଦେଇଛନ୍ତି। ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ଉପ-ଅଧୀକ୍ଷକ, ଅବଜର୍ଭର ଓ ଜଣେ ପିଅନଙ୍କ ନାଁରେ ଏତଲା ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ।

ତେବେ ପୁଲିସ ତଦନ୍ତ ସରିବା ପରେ ହିଁ ବୋର୍ଡ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଛନ୍ତି। ଗତକାଲି ପଡ଼ିଆର SSD ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ଗଣିତ ବିଷୟର ୧୦୮ଟି OMR ଶୀଟ୍ ଗାଏବ ହୋଇଯାଇଥିଲା।

ଚଳିତବର୍ଷ ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ଖବର ଆସିଥିଲା। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ବେଳେ ଶନିବାର ଗଣିତ ପ୍ରଶ୍ନପତ୍ରର ‘ସେଟ୍‌ ଡି’ ଭାଇରାଲ୍ ହୋଇଥିଲା। ପରୀକ୍ଷା ଚାଲିଥିଲା ବେଳେ ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ସସ୍‌ପେଣ୍ଡ୍ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ମଧ୍ୟ ୮ ଜଣ ଗିରଫ ହୋଇଛନ୍ତି। ହିନ୍ଦୀ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଖବର ବି ଆସିଥିଲା। ତେବେ ସେଗୁଡ଼ିକ ପୁରୁଣା ବର୍ଷର ପ୍ରଶ୍ନପତ୍ର ବୋଲି ଯାଞ୍ଚ ପରେ ଜଣାପଡ଼ିଥିଲା।



from Odisha Reporter https://ift.tt/2TecPvg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages