୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବୀରମହାରାଜପୁର କୃଷକ ପରିଷଦ  ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି।

ଏହାର ପ୍ରଭାବରେ ଦୋକାନବଜାର ସହିତ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ତେବେ ବନ୍ଦରୁ ସ୍କୁଲ୍‌ ଏବଂ କଲେଜକୁ ବାଦ୍‌ ଦିଆଯାଇଛି।

ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଛକରେ ପୁଲିସ୍‌ ମୁତୟନ କରାଯାଇଛି।

ହରିହର ଯୋର ମୁଖ୍ୟ କେନାଲର ପୁନଃରୁଦ୍ଧାର କାର୍ଯ୍ୟରେ ଅନିୟମିତତାର ବିଚାର ବିଭାଗୀୟ ତଦନ୍ତ, ବିନା ଜଳରେ ଲାଗୁ କରାଯାଇଥିବା ଜଳକର ଛାଡ଼, ହରିହର ଯୋର ବାମପାର୍ଶ୍ୱ କେନାଲର କାମ, ମରୁଡ଼ି ଓ ଚକଡ଼ା ପାଇଁ କ୍ଷତିପୂରଣ ଆଦି ୪ଟି ପ୍ରମୁଖ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।

ଚାଷୀମାନେ ବିଭିନ୍ନ ସମସ୍ୟାରେ ପେଶି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2XTmKES

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages