
ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତଙ୍କର ଇଚ୍ଛା ତାଏ। ଖାସ୍ କରି ଝିଅମାନଙ୍କର । ଚେହେରାର ସୁନ୍ଦରତାକୁ ନେଇ ସେମାନେ ସବୁବେଳେ ଚିନ୍ତାରେ ରହିଥିବା ଦେଖିବାକୁ ମିଳେ। ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବାର ଦେଖାଯାଏ। ଏମିତି କିଛି ଝିଅ ଅଛନ୍ତି, ଯେଉଁମାନେ ତ୍ୱଚାର ଯତ୍ନ ନେବା ପାଇଂ ୟୁଟ୍ୟୁବ୍ ଭିଡ଼ିଓ ଦେଖନ୍ତି। ଭିଡ଼ିଓ ଦେଖି ସେମାନେ ତ୍ୱଚାର ଯତ୍ନ ନିଅନ୍ତି।
କିଛି ଯୁବତୀ ଚେହେରାର ପ୍ଲାଷ୍ଟିକ୍ ସର୍ଜରୀ ପ୍ରକ୍ରିୟା ୟୁ ଟ୍ୟୁବ୍ ଭିଡ଼ିଓରେ ସର୍ଚ୍ଚ କରି ମଧ୍ୟ ଦେଖନ୍ତି। ଯଦି ଆପଣ ଏମିତି ଦେଖୁଥାନ୍ତି ତେବେ ସାବଧାନ । କାରଣ ଅନେକ ଭିଡିଓ ଲୋକଙ୍କୁ ଭୁଲ ତଥ୍ୟ ଦେଇଥାଏ।
ଏହାକୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଛି, ୟୁଟ୍ୟୁବର ଅଧିକାଂଶ ଭିଡ଼ିଓ କେବଳ ବିଜ୍ଞାପନ ଉଦ୍ଦେଶ୍ୟରେ ଲୋକଙ୍କୁ ଭୁଆଁ ବୁଲାଉଛି। ଏହି ଭିଡ଼ିଓ ପୋଷ୍ଟ କରିଥିବା ଅଧିକାଂଶ ଲୋକ ଡାକ୍ତରୀ ପେସାରେ ମଧ୍ୟ ନାହାନ୍ତି। ଚିକିତ୍ସା କ୍ଷେତ୍ରରେ ତାଙ୍କର କୌଣସି ସମ୍ପର୍କ ନଥିବା ମଧ୍ୟ ଗବେଷଣାରୁ ଜଣାପଡ଼ିଛି।
ଆମେରିକାର ରଟଗର୍ସ ୟୁନିଭର୍ସିଟିର ସହାୟକ ପ୍ରଫେସର ବୋରିସ ପାସ୍ଖୋୱର ଏହି ଗବେଷଣାର ନେତୃତ୍ୱ ନେଇଥିଲେ। ବୋରିସ୍ କହିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଚେହେରାର ପ୍ଲାଷ୍ଟିକ୍ ସର୍ଜରୀର ସୂଚନା ପାଇବା ପାଇଁ ୟୁଟ୍ୟୁବ୍ ଭିଡ଼ିଓ ସର୍ଚ୍ଚ କରିଥାନ୍ତି। ମାତ୍ର ସେମାନେ ଭୁଲ୍ ସୂଚନା ପାଇଥାନ୍ତି। ଏହି ଭିଡ଼ିଓରେ ପ୍ଲାଷ୍ଟିକ୍ ସର୍ଜରୀ ସହିତ ଜଡ଼ିତ ବିପଦ ଏବଂ ଅନ୍ୟାନ୍ୟ ବିକଳ୍ପ ସମ୍ପର୍କରେ ଅବଗତ କରାଯାଇ ନଥାଏ। ଚେହେରାର ପ୍ଲାଷ୍ଟିକ୍ ସର୍ଜରୀ ଭିଡ଼ିଓ ମୁଖ୍ୟ ରୂପରେ ବ୍ୟବସାୟ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇପାରେ। ଲୋକଙ୍କୁ ସମ୍ପୂର୍ଣ୍ଣ ସୂଚନା ନଦେବା ଉକ୍ତ ଭିଡ଼ିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ହୋଇପାରେ ବୋଲି ବୋରିସ୍ କହିଛନ୍ତି।
ଗବେଷକମାନେ ସବୁଠାରୁ ଅଧିକ ଦେଖାଯାଇଥିବା ୨୪୦ଟି ଭିଡ଼ିଓକୁ ନେଇ ଗବେଷଣା କରିଥିଲେ। ଏହି ଭିଡ଼ିଓରେ ତ୍ୱଚାର ବିଭିନ୍ନ ପାର୍ଟର ସର୍ଜରୀ ପ୍ରକ୍ରିୟାର ବିଷୟରେ କୁହାଯାଇଥିଲା।
ଏହି ଭିଡ଼ିଓ ମଧ୍ୟରୁ ଅଧିକାଂଶ ଭିଡ଼ିଓ ଏଭଳି ବ୍ୟକ୍ତିଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା, ଯେଉଁମାନଙ୍କର ଚିକିତ୍ସା କ୍ଷେତ୍ରରେ ଆଦୌ କୌଣସି ସମ୍ପର୍କ ନାହିଁ ବୋଲି ଗବେଷକ ବୋରିସ୍ କହିଛନ୍ତି।
from Odisha Reporter https://ift.tt/2SYxQ86
No comments:
Post a Comment