‘କମ୍ପ୍ୟୁଟର ବାବା’ ହେଲେ ରିଭର୍ ଟ୍ରଷ୍ଟର ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

‘କମ୍ପ୍ୟୁଟର ବାବା’ ହେଲେ ରିଭର୍ ଟ୍ରଷ୍ଟର ଅଧ୍ୟକ୍ଷ

ଭୋପାଲ: ଆତ୍ମଘୋଷିତ ବାବା ନାମଦେବ ଦାସ ତ୍ୟାଗୀ ଓରଫ୍‌ କମ୍ପ୍ୟୁଟର ବାବାଙ୍କୁ ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ସରକାର ମା’ ନର୍ମଦା, ମା’ କିଷପ୍ରା ଓ ମା’ ମନ୍ଦାକିନୀ ନଦୀକୁ ନେଇ ଗଠିତ ରିଭର୍ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଆଗାମୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଗୋମାତା ଗିରି ଆଶ୍ରମର କମ୍ପ୍ୟୁଟର ବାବା ଏହି ଦାୟିତ୍ୱରେ ରହିବେ। ତତ୍କାଳ ଭାବେ ଏହି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରାଯାଇଛି।

ପୂର୍ବରୁ କ୍ଷମତାରେ ଥିବା ଶିବରାଜ ସିଂହ ଚୌହାନଙ୍କ ସରକାର କମ୍ପ୍ୟୁଟର ବାବାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରାଇଥିଲେ। ତେବେ ବିଜେପି ସହ ତାଙ୍କର ମନାନ୍ତର ହେବାରୁ, ସେ ଏହି ପଦ ଛାଡ଼ି ଦେଇଥିଲେ। ଏବେ ତାଙ୍କୁ ରିଭର୍ ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇଥିବାରୁ କମ୍ପ୍ୟୁଟର ବାବା କ୍ୟାବିନେଟ୍‌ ମନ୍ତ୍ରୀମାନେ ପାଉଥିବା ସୁବିଧାସୁଯୋଗର ଅଧିକାରୀ ହେବେ।



from Odisha Reporter https://ift.tt/2TsiGNF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages