
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ସରକାରୀ ଟିମ୍ ଏବେ ବିଜେଡି ପାଇଁ କାମ କରୁଛନ୍ତି। ରାଜ୍ୟ ବିଜେପି ଆଜି ଏହି ସରକାରୀ ଅଫିସରଙ୍କ ଏକ ତାଲିକା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି। ଏହି ଅଫିସରଙ୍କ ଯୋଗୁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ ବୋଲି ବିଜେପି ଆଶଙ୍କା ବ୍ୟକ୍ତ କରିଛି। ଏହି ସମସ୍ତ ଘଟଣାର ସିବିଆଇ ତଦନ୍ତ ନିମନ୍ତେ ବିଜେପି ଦାବି କରିଛି।
ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି ଯେ, ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ ଅଫିସରମାନେ ଏବେ ବିଜେଡି ଦଳ ସହ ଜଡ଼ିତ ରହି ବିଜେଡିକୁ ନିର୍ବାଚନରେ ଜିତାଇବା ପାଇଁ କାର୍ଯ୍ୟ କରୁଛନ୍ତିା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, କ୍ରିଷନ କୁମାର, ହେମନ୍ତ ଶର୍ମା, ପ୍ରେମଚାନ୍ଦ ଚୌଧୁରୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପିକେ ମହାପାତ୍ର, ଆଇପିଏସ ଆଶିଷ ସିଂହ ଏବଂ ଅମିତାଭ ଠାକୁର ଆଦି ସରକାରୀ ଅଫିସରମାନେ ସମସ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ ଅଫିସରମାନଙ୍କୁ ବିଜେଡି ପାଇଁ କାମ କରିବାକୁ ଭୟ ଦେଖାଉଛନ୍ତିା
ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ବାଧକ ସାଜୁଛନ୍ତି ପାଣ୍ଡିଆନ ଓ ତାଙ୍କ ଟିମ୍। ଖାଲି ସେତିକି ନୁହେଁ ପାଣ୍ଡିଆନ ଖଣି ମାଫିିଆ, ଦୁର୍ନୀତିଗସ୍ତ ଲୋକ, ଠିକାଦାର ଏବଂ ଅନେକ କର୍ପୋରେଟ କ୍ଷେତ୍ରରୁ ଚାନ୍ଦା ଆଦାୟ କରିଛନ୍ତିା ଏହି ଟଙ୍କା ବିଜେଡିର ନିର୍ବାଚନ ଖର୍ଚ୍ଚ ପାଇଁ ବ୍ୟବହାର ହେଉଛିା ସରକାରୀ ଗାଡ଼ିକୁ ବିଜେଡିର ନିଜସ୍ୱ ପ୍ରଚାରରେ ବ୍ୟବହାର କରାଯାଉଛିା
ଛେଣ୍ଡିପଦାର ବିଜେଡି ବିଧାୟକ କହିବା ଅନୁଯାୟୀ, ଜିଲ୍ଲାପାଳ ଏବଂ ସରକାରୀ ଅଧିକାରୀମାନେ ବିଜେଡି ଦଳ ପାଇଁ ଟିକେଟ ଦେଉଛନ୍ତି। ସେହିପରି ଯେଉଁମାନେ ବିଜେଡି ଦଳ ଛାଡି ଅନ୍ୟଦଳରେ ସାମିଲ ହେବେ ତାଙ୍କୁ ମିଥ୍ୟା ମର୍ଡର କେସରେ ଫସାଇ ଜେଲ୍ ପଠାଇବା ପାଇଁ ଆଇପିଏସ ଆଶିଷ ସିଂହ ଧମକ ଦେଉଛନ୍ତି। ଦଳ ପାଇଁ ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ଟିକେଟ ବାଣ୍ଟିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାରୀ ଅଫିସରମାନେ ହସ୍ତକ୍ଷେପ କରୁଛନ୍ତିା ଗଣତନ୍ତ୍ର ବଞ୍ଚାଇବା ସହ ଏଭଳି ଭ୍ରଷ୍ଟ ଦୁର୍ନୀତିଗସ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯାଉ ବୋଲି ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଅଶୋକ ତ୍ରିପାଠୀ, ଜୟନ୍ତ ଜେନା ଓ ଜୀବନ ସାହୁ ପ୍ରମୁଖ ସାମିଲ ଥିଲେ।
from Odisha Reporter https://ift.tt/2YFrj66
No comments:
Post a Comment