
ନୂଆଦିଲ୍ଲୀ: ଚଳିତ ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ୧୦୦ ପୃଷ୍ଠାର ଏକ ବହି କଂଗ୍ରେସ ଜାରି କରିଛି। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ, କେସି ଭେନୁଗୋପାଳ ଏବଂ ଅଶୋକ ଚଭାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏହାପରେ ଏହି ବହିଟି ଉନ୍ମୋଚିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପିର ଶିଶୁପାଳ ବୋଲି କୁହାଯାଇଛି।
ମୋଦିଙ୍କୁ ଶିଶୁପାଳ ଆଖ୍ୟା ଦେବାକୁ ଯାଇ ଏହି ବହିରେ ମହାଭାରତର ଏକ କାହାଣୀର ଉଲ୍ଲେଖ କରାଯାଇଛି। ମହାଭାରତରେ ଶିଶୁପାଳଙ୍କ ମାଆ ତାଙ୍କ ଭଣଜା ଭଗବାନ କୃଷ୍ଣଙ୍କୁ ପୁଅର୧୦୦ଟି ଭୁଲକୁ କ୍ଷମା କରିଦେବା ପାଇଁ କହିଥିଲେ। ହେଲେ ୧୦୧ଟି ଭୁଲ କରିବା ପରେ କୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ଜରିଆରେ ଶିଶୁପାଳକୁ ମାରିଦେଇଥିଲେ। କଂଗ୍ରେସ ନେତା କହିଛନ୍ତି ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୧୦୦ରୁ ଅଧିକ ଭୁଲ କରିସାରିଲେଣି। ସାଧାରଣ ଲୋକେ ମଧ୍ୟ ମୋଦି ସରକାରର ୧୦୦ଟି ଭୁଲକୁ କ୍ଷମା କରିସାରିଲେଣି।
ରାଫେଲ ଦୁର୍ନୀତି ମୋଦି ସରକାରର ସବୁଠାରୁ ବଡ଼ ଦୁର୍ନୀତି ବୋଲି କହିବା ସହିତ ଏହାକୁ ରିଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ବିଜୟ ବୋଲି ବହିରେ ଲେଖିଛି କଂଗ୍ରେସ। ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ୫୮ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି କଂଗ୍ରେସ ସରକାର ବେଳେ ହୋଇଥିବା ଚୁକ୍ତିର ୩ରୁ ୪ ଗୁଣା ଅଧିକ ବୋଲି ଦାବି କରିଛି କଂଗ୍ରେସ।
ରାତି ଅଧିଆ ନୋଟ ବିମୁଦ୍ରିକରଣ କରି କଳାଧନ ଉଦ୍ଧାର କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଦାବି କରୁଥିବାବେଳେ ଏହା ଭାଷଣ ଛଡ଼ା କିଛି ନୁହେଁ ଏବଂ ଏଥିରେ ସାଧାରଣ ଲୋକଙ୍କୁ କୌଣସି ଲାଭ ମିଳିନଥିବାବେଳେ ପୁଞ୍ଜିପତି ଓ ବ୍ୟବସାୟୀମାନେ ଫାଇଦା ପାଇଥିବା କଂଗ୍ରେସ କହିଛି। ୧୦୦ରୁ ଅଧିକ ଲୋକ ବ୍ୟାଙ୍କ ଆଗରେ ନୋଟ ବଦଳି କରିବାକୁ ଆସି ମୃତ୍ୟୁ ବରଣ କରିଥିବା କଂଗ୍ରେସ କହିଛି।
from Odisha Reporter https://ift.tt/2WAHfES
No comments:
Post a Comment