ନିର୍ବାଚନ ଲଢ଼ିବେ କି ରଘୁ? ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ନିର୍ବାଚନ ଲଢ଼ିବେ କି ରଘୁ? ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା

raghu

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାକି ଥିବା ୩ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରିବାକୁ ବିଜେଡି  କସରତ ଚଲାଇଥିବା ବେଳେ ଆଜି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତି ଇସ୍ତଫା ଦେଇଛନ୍ତି।

ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି।

ରଘୁନାଥଙ୍କ ଇସ୍ତଫା ପରେ ତାଙ୍କୁ ଟିକେଟ୍‌ ମିଳିବା ନେଇ କଳ୍ପନାଜଳ୍ପନା ଦେଖାଦେଇଥିବା ବେଳେ ଟିକେଟ୍‌ ଦେବା ନ ଦେବା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।

ରଘୁନାଥ କହିଛନ୍ତି ‘ମୁଁ ବିଜେଡିରେ ଅଛି। ମୁଁ ଦଳର ଜଣେ ଉପ-ସଭାପତି। ଟିକେଟ ଦେବା ନ ଦେବା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି।’

ଶୁଣିବାକୁ ମିଳୁଛି ଯେ ସେ କୁଆଡ଼େ ଏଥର ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିଲେ। କିନ୍ତୁ ଏଯାଏ ତାଙ୍କ ନାଁ ଉଠିନି। ତେବେ ତାଙ୍କ ନିର୍ବାଚନ ମଣ୍ଡଳୀ ବସ୍ତା ପାଇଁ ଏଯାବତ୍ ବିଜେଡି ପ୍ରାର୍ଥୀ ଘୋଷଣା କରିନି।

ଏହି ଆସନରୁ ସେ ୧୯୯୦ରୁ ୨୦୦୯ ଯାଏ ଲଗାତାର ୫ ଥର ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟ୍‌ରେ ଏଠାରୁ ବିଜୟୀ ହୋଇଥିବା ବେଳେ ତା’ପରେ ତିନି ଥର ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ। ତେବେ ଗତ ଥର ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା। ଗତ ଥର ଦଳ ନିତ୍ୟାନନ୍ଦ ସାହୁଙ୍କୁ ପ୍ରାର୍ଥୀ କରିଥିଲା।

 



from Odisha Reporter https://ift.tt/2FLbdRh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages