ଲାଡେନ୍‌ ପୁଅକୁ ଆତଙ୍କୀ ଘୋଷଣା କରିବା ସହ କଳାତାଲିକା ଭୁକ୍ତ କଲା ଜାତିସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଲାଡେନ୍‌ ପୁଅକୁ ଆତଙ୍କୀ ଘୋଷଣା କରିବା ସହ କଳାତାଲିକା ଭୁକ୍ତ କଲା ଜାତିସଂଘ

ମିଳିତ ଜାତିସଂଘ: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ପୁଅ ହାମଜା ବିନ୍‌ ଲାଡେନ୍‌କୁ ଜାତିସଂଘ ସୁରକ୍ଷର ପରିଷଦ ଆଜି ଆତଙ୍କବାଦୀ ଘୋଷଣା କରିବା ସହ କଳାତାଲିକା ଭୁକ୍ତ କରିଛି। ଏବେ ଜାତିସଂଘ ସୁରକ୍ଷାର ପରିଷଦର ସମସ୍ତ ୧୫ଟି ରାଷ୍ଟ୍ର ତା’ ଉପରେ ସମସ୍ତ ପ୍ରକାରର କଟକଣା ଲାଗୁ କରିବେ।

ହାମଜା ଏବେ ଆଫ୍‌ଗାନିସ୍ତାନ-ପାକିସ୍ତାନ ସୀମାରେ ରହୁଥିବା ଜଣାପଡ଼ିଛି। ଏଥିସହ ସେ ଅଲ କାଏଦ ମୁଖ୍ୟ ଥିବା ଅଇମାନ ଅଲ ଜାୱାରିର ଉତ୍ତରାଧିକାରୀ ହେବାକୁ ଯାଉଛି। ଏହି ସୂଚନା ମିଳିବା ପରେ ଜାତିସଂଘ ତା’ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଆଇଏସ୍‌ ଓ ଅଲକାଏଦା କମିଟି ୨୯ ବର୍ଷୀୟ ହାମଜା ଉପରେ ଏଭଳି କଟକରଶ ଲଗାଇବାକୁ ନିଷ୍ପତ୍ତି ନେଇଛି।

ଗତକାଲି ଆମେରିକା ହାମଜା ସମ୍ପର୍କରେ ସୂଚନା ଦେଲେ ୭ କୋଟି ଟଙ୍କା ମିଳିବ ବୋଲି ପୁରସ୍କାର ଘୋଷଣା କରିଥିଲା। ଏଥିସହ ସାଉଦି ଆରବ ମଧ୍ୟ ହାମଜା ନାଗରିକତ୍ୱକୁ ଗତବର୍ଷ ନଭେମ୍ବରରେ ରଦ୍ଦ କରିଥିବା ଆଜି ସୂଚନା ଦେଇଛି।



from Odisha Reporter https://ift.tt/2SCnx9p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages