ପାକ୍‌ର ଦୋମୁହାଁ ନୀତି: ସେନା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି ମାସୁଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ପାକ୍‌ର ଦୋମୁହାଁ ନୀତି: ସେନା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି ମାସୁଦ

ନୂଆଦିଲ୍ଲୀ: ଶାନ୍ତି ଓ ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ ବଡ଼ବଡ଼ ଭାଷଣ ଦେଇ ଚକମା ଦେଖାଇବାକୁ ଉଦ୍ୟମ କରୁଥିବା ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି। କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ପାକିସ୍ତାନ କେମିତି ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଘଣ୍ଟ ଘୋଡ଼ାଇ ରଖିଛି, ତା’ର ପ୍ରମାଣ ମିଳିଛି।

ମାସୁଦ ଗୁରୁତର ଅସୁସ୍ଥ ହୋଇଥିବାରୁ ତା’ର ନିୟମିତ ଚିକିତ୍ସା ପାକିସ୍ତାନର ସେନା ହସ୍ପିଟାଲ୍‌ରେ କରାଯାଉଛି। ରାୱଲପିଣ୍ଡିରେ ଥିବା ପାକିସ୍ତାନ ସେନାର ସବୁଠାରୁ ବଡ଼ ହସ୍ପିଟାଲ୍‌କୁ ମାସୁଦ ନିୟମିତ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଗୁଇନ୍ଦା ସୂତ୍ରରୁ ସାମ୍ନାକୁ ଆସିଛି।
ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଗତକାଲି କହିଥିଲେ, ମାସୁଦ ଆମ ପାଖରେ ରହିଛି। ଏଥିସହ କିଛି ସରକାର ଅଧିକାରୀ ଜୈଶ ସହ ଆଲୋଚନା କରିଛନ୍ତି ଏବଂ ପୁଲୱାମା ହମ୍‌ଲା ପଛରେ ମାସୁଦର କୌଣସି ହାତ ନଥିବା ଜଣାପଡ଼ିଛି। ଏଥିରୁ ପାକିସ୍ତାନ ଆତଙ୍କବାଦୀଙ୍କୁ କେମିତି ଘଣ୍ଟଘୋଡ଼ାଇବାକୁ ଚେଷ୍ଟା କରୁଛି, ତାହା ପ୍ରମାଣିତ ହୋଇଥିଲା।

ଆଜି ଗୁଇନ୍ଦା ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ, ମାସୁଦ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ମାସୁଦ ରାୱଲପିଣ୍ଡି ସ୍ଥିତ ସେନା ହସ୍ପିଟାଲ୍‌କୁ ଆସୁଛି। ଏହି ସ୍ଥାନଟି ପାକିସ୍ତାନର ସେନା ମୁଖ୍ୟାଳୟ ମଧ୍ୟରେ ରହିଛି। ଏହି ତଥ୍ୟ ପାକିସ୍ତାନର ମାସୁଦ ପ୍ରୀତିକୁ ପର୍ଦ୍ଦାଫାଶ କରିଛି।

ମାସୁଦ ଅଲକାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ର ଜଣେ ଘନିଷ୍ଠ ସହଯୋଗୀ ରହିଥିଲା। ୧୯୯୯ ମସିହାରେ ମାସୁଦ ଯେତେବେଳେ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ଭାରତୀୟ ଜେଲ୍‌ରୁ ମୁକ୍ତି ପାଇଥିଲା ସେତେବଳେ ଲାଡେନ୍‌ ତା’ ପାଇଁ ଏକ ସ୍ୱତନ୍ତ୍ର ପାର୍ଟି ଅୟୋଜନ କରିଥିଲା। ଏହି ସମୟରେ ଲାଡେନ୍‌ କହିଥିଲା, “ ମୁଁ ଏବଂ ଆଝାର ୧୯୯୩ରୁ ଏକାଠି କାର୍ଯ୍ୟ କରିବା ଆରମ୍ଭ କରିଥିଲୁ।”

୧୯୯୪ରେ ଜମ୍ମୁ-କଶ୍ମୀରରେ ଜେହାଦୀକୁ ପ୍ରଶ୍ରୟ ଦେଉଥିବାରୁ ଭାରତ ସରକାର ମାସୁଦକୁ ଗିରଫ କରିଥିଲେ। ଏହାପରେ ହରକତ୍‌-ଉଲ୍‌-ଅନସାରୀ ନାମକ ଆତଙ୍କୀ ସଂଗଠନର ସଦସ୍ୟ ଓମାର ଶେଖ୍‌ ୪ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରି ୧୯୯୪ରେ ମାସୁଦକୁ ମୁକ୍ତ କରିବାକୁ ଭାରତ ସରକାରଙ୍କ ଉପରେ ଚାପ ପକାଇଥିଲା। ହେଲେ ଏହି ଉଦ୍ୟମକୁ ସୁରକ୍ଷାକର୍ମୀମାନେ ଭଣ୍ଡୁର କରି ଦେଇଥିଲେ।

୧୯୯୫ରେ ମଧ୍ୟ ହରକତ୍‌-ଉଲ୍‌-ଅନସାରୀ ଆଉ ୫ ଜଣ ପର୍ଯ୍ୟଟକଙ୍କୁ ମାସଦୁ ଆଝାରକୁ ଖଲାସ କରିବାକୁ ଅପହରଣ କରିଥିଲା। ହେଲେ ପୁଣି ବିଫଳ ହୋଇଥିଲା।

ଶେଷରେ ୧୯୯୯ରେ ବିମାନ ଅପହରଣ କରି ମାସୁଦକୁ ତା’ର ସହଯୋଗୀମାନେ ଖଲାସ କରିବାରେ ସମର୍ଥ ହୋଇଥିଲେ। ମାସୁଦ ଖଲାସ ହେବା କ୍ଷଣି ଜୈଶ-ଇ-ମହମ୍ମଦ ସଂଗଠନ ଗଠନ କରିଥିଲା ଏବଂ ୨୦୦୦ ଏପ୍ରିଲରେ ଜମ୍ମୁ-କଶ୍ମୀରର ଠାରେ ପ୍ରଥମ ହମ୍‌ଲା କରିଥିଲା। ସେବେଠାରୁ ସେ ଭାରତର ସଂସଦ, ପଠାନକୋଟ, ଜମ୍ମୁ-କଶ୍ମୀର ବିଧାନସଭା, ଶ୍ରୀନଗର ଏୟାରପୋର୍ଟ, ଉରି ଏବଂ ପୁଲୱାମା ଭଳି ଆତଙ୍କବାଦୀ ଆକ୍ରମଣ କରି ଚାଲିଛି।



from Odisha Reporter https://ift.tt/2tKM16z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages