ୟୁପିର ପୂର୍ବାଞ୍ଚଳ କହିବ କେନ୍ଦ୍ରରେ କିଏ ଗଢ଼ିବ ସରକାର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ୟୁପିର ପୂର୍ବାଞ୍ଚଳ କହିବ କେନ୍ଦ୍ରରେ କିଏ ଗଢ଼ିବ ସରକାର?

PM
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସର୍ବବୃହତ ରାଜ୍ୟ ହୋଇଥିବାରୁ ଏଠାକାର ନିର୍ବାଚନ ଫଳାଫଳ କେନ୍ଦ୍ରରେ କିଏ ସରକାର ଗଢ଼ିବ ତାହା ନିର୍ଦ୍ଧାରଣ କରିଥାଏ। ସେଥିମଧ୍ୟରୁ ଉତ୍ତର ପ୍ରଦେଶର ପୁର୍ବାଞ୍ଚଳରେ ଥିବା ୨୬ଟି ଲୋକସଭା ଆସନ ହିଁ ବଡ଼ ଭୂମିକା ଗ୍ରହଣ କରିଥାଏ। ପୂର୍ବଥର ଭଳି ଚଳିତଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବ ୟୁପିର ପୂର୍ବାଞ୍ଚଳ। ୨୦୧୪ରେ ମଧ୍ୟ ମୋଦି ହାୱାରେ ପୂର୍ବାଞ୍ଚଳର ୨୬ଟି ଲୋକସଭା ଆସନରୁ ଆଜମଗଡ଼କୁ ଛାଡ଼ିଦେଲେ ୨୫ଟି ଆସନ ବିଜେପି ଓ ସହଯୋଗୀ ଦଳ ବାଜି ମାରିନେଇଥିଲେ।
 
ଚଳିତଥର ମଧ୍ୟ ବିଜେପି ୨୦୧୪ ସଫଳତା ପୁଣିଥରେ ଦୋହରାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବିଜେପି ଅଧ୍ୟକ୍ଷ ୮୦ଟି ଲୋକସଭା ଆସନରୁ ମିଶନ ୭୪ ପ୍ଲସ ରଖିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବାରଣାସୀ ସମେତ ୨୬ଟି ଲୋକସଭା ଆସନରେ ପୁଣିଥରେ ୨୦୧୪ର ସଫଳତା ଦୋହରାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିବ। ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଆମ ଆଦମି ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଥିଲେ। ପାଖାପାଖି ୩ ଲକ୍ଷ ଭୋଟ ବ୍ୟବଧାନରେ ନରେନ୍ଦ୍ର ମୋଦି ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିଲେ।
 
ଏବେ ବାରଣାସୀଙ୍କୁ ପୂର୍ବରୁ ମୋଦି ଦେଇଥିବା ଅଧିକାଂଶ ପ୍ରତିଶ୍ରୁତି ପୁରଣ କରିଛନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ଚଳିତଥର ବାରଣାସୀରୁ ପୂର୍ବଥର ଅପେକ୍ଷା ଅଧିକ ଭୋଟ ବ୍ୟବଧାନରେ ନରେନ୍ଦ୍ର ମୋଦି ଜିତିବେ ବୋଲି ୟୁପି ବିଜେପି ସଭାପତି ବିଜୟ ବାହାଦୁର ପାଠକ କହିଛନ୍ତି। ପୁଣିଥରେ ପୂର୍ବାଞ୍ଚଳର ୨୬ଟି ଲୋକସଭା ଆସନ ମୋଦିମୟ ହେବ ବୋଲି ଆକଳନ କରିଛନ୍ତି ଶ୍ରୀ ବାହାଦୂର।
 
ସେପଟେ ପୂର୍ବାଞ୍ଚଳରେ କଂଗ୍ରେସ କ୍ଷମତାକୁ ଫେରିବା ଅଭିଯାନରେ ଟ୍ରମ୍ପ କାର୍ଡ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ନିଯୁକ୍ତ କରିଛି। ତେଣୁ ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ଗାନ୍ଧୀ ପରିବାର ଓ ପ୍ରିୟଙ୍କାଙ୍କ ଲୋକପ୍ରିୟତା କେତେ ରହିଛି। ପୂର୍ବରୁ ରାଏବରେଲି ଓ ଆମେଥି ପ୍ରଚାରରେ ନିଜକୁ ସୀମିତ ରଖୁଥିବା ପ୍ରିୟଙ୍କାଙ୍କ ପାଇଁ ଏବେ ଏହା ବଡ଼ ଚ୍ୟାଲେଞ୍ଜ ବୋଲି ଜଣାପଡ଼଼ିଛି।
 
ୟୁପି କଂଗ୍ରେସ ମୁଖପାତ୍ର ଓଁକାର ନାଥ ସିଂହ କହିଛନ୍ତି ପୂର୍ବାଞ୍ଚଳରେ କଂଗ୍ରେସ ଏଥର ଭଲ କରିବ। ପ୍ରିୟଙ୍କା ପ୍ରଚାର ରାଲିରେ ଜନଗହଳିରୁ ଏହା ସ୍ପଷ୍ଟ ଅନୁମେୟ ବୋଲି କହି କଡ଼଼ା ଚ୍ୟାଲେଞ୍ଜ ପାଇଁ କଂଗ୍ରେସ ପ୍ରସ୍ତୁତ ବୋଲି କହିଛନ୍ତି।
 
୨୦୧୭ର ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ଶୋଚନୀୟ ପରାଜୟ ହୋଇଥିଲା। ଏବେ ସେହି ଦୁଇ ଦଳ ପାଇଁ ଚଳିତ ନିର୍ବାଚନ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି। ସପା ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ଆସନ ଆଜମଗଡ଼ରେ ଅଖିଳେଶ ନିଜ ଆସନ ପକ୍କା କରିଥିବା କହୁଥିବା ବେଳେ ମୁଲାୟମଙ୍କୁ ମୈନପୁର ଆସନ ଦେଇଛି ସମାଜବାଦୀ ପାର୍ଟି। ସେହିପରି ମେଣ୍ଟ ଗଢ଼ି ସପା-ବସପା ଲଢୁଥିବାରୁ ସମାଜବାଦୀ ପାର୍ଟିର ଭୋଟ ବହୁଜନ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କ ସପକ୍ଷରେ ଯିବା ସହଜ ହେବ ନାହିଁ। କେତେକ କ୍ଷେତ୍ରରେ ଦଳର ନିଜସ୍ବ ଭୋଟ ବ୍ୟାଙ୍କ ବିଜେପିକୁ ଚାଲିଯିବାର ମଧ୍ୟ ସମ୍ଭାବନା ରହିଛି।


from Odisha Reporter https://ift.tt/2HQ0mH3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages